ନଳକୂପ ଖୋଲିବାକୁ ଦାବୀ

ବଙ୍ଗୋମୁଣ୍ଡା :-ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ପୂଝlରୀ ପଡାରେ ପାନୀୟ ଜଳସମସ୍ୟା ଉତ୍କଟରୂପ ଧାରଣ କରିଛି l ଗାଁରେ ଆବଶ୍ୟକ ନୁଯାୟୀ ନଳକୂପ ନ ଥିବାରୁ ଏପରି ସମସ୍ୟା ଲାଗିରହିଛି l ପୁଣି ଜଳଯୋଗାଣ ରେ ପଯ୍ୟାୟ ପିଇବା ପାଣି ଆସୁନଥିବାରୁ ମହିଳାମାନେ ଦୀର୍ଘ ସମୟ ଅଟକି ରହି ପାନୀୟଜଳ ସଂଗ୍ରହ କରୁଥିବା ଅଭିଯୋଗ କରିଛନ୍ତି l ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଡ଼ାର ନିକଟରେ ଏକ ନଳକୂଅ ଖନନ ପାଇଁ ଭଜରାଜ ଭୋଇ, ଗଜପତି ଭୋଇ, ଅଗସ୍ତି ଭୋଇ, ଜଗନ୍ନାଥ ଭୋଇ,ଉପେନ୍ଦ୍ର ଭୋଇ, ମହେନ୍ଦ୍ର ଭୋଇ, ନରେଶ ଭୋଇ, ସୁବା ଭୋଇ, କୈସିକ ଭୋଇ, ନେପାଳ ଭୋଇ, କୌତୁକ ଭୋଇ, ଶରତ ଭୋଇ ପ୍ରମୁଖ ଦାବୀ କରିଛନ୍ତି l

Comments
Loading...