RCDC ସ°ସ୍ଥା ବଲାଙ୍ଗୀର ଓ ଗନ୍ଧମାର୍ଦ୍ଦନ ଖାଦ୍ୟ ସୁରକ୍ଷା ମହାସଂଘ, ଖପ୍ରାଖୋଲ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ର କାର୍ଯ୍ୟକାରିତା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ ବ୍ଲକ କନଫରେନ୍ସ ହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ତଥା ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା ।ଗନ୍ଧମାର୍ଦ୍ଦନ ଖାଦ୍ୟ ସୁରକ୍ଷା ମହାସଂଘର ସଭାପତି ଶ୍ରୀ ଟେକେନ୍ଦ୍ର ଜାଲ ମୁଖ୍ୟ ଅତିଥି ,ଶ୍ରୀ ଦୁର୍ଯ୍ୟୋଧନ ବରିହା ସମ୍ମାନିତ ଅତିଥି ତଥା CDPO ପ୍ରମିଲା ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । BLM ସ°ଯୋଜକ ସ୍ମୃତିରେଖା ସାହୁ,ଅନିଲ,ସ°ଯୁକ୍ତା ତ୍ରିପାଠୀ, ଦେବରାଜ ଭୁଏ, ବୈକୁଣ୍ଠ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ରେଙ୍ଗାଲି, ତେଲେନପାଲି,ଘୁନସର ଓ ନାନ୍ଦୁପଲା ଗ୍ରାମର ହିତାଧିକାରୀ, SHG ଦଳ, ଚାଷୀ,ମୂଲିଆ ଓ ସାମାଜିକ କର୍ମୀ ଏହି କାର୍ଯ୍ୟକ୍ରମରେ ଅ°ଶଗ୍ରହଣ କରି ଏହାକୁ ସଫଳ କରିଥିଲେ ।

Comments
Loading...