ଗୁଣିଗାରେଡ଼ି ସନ୍ଦେହ କୁ ନେଇ ମାରପିଟ୍

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର୍ ପଞ୍ଚାୟତ ଅନ୍ତର୍ଗତ ସାନ ବାଞ୍ଜିପାଳି ରେ ଅନ୍ଧବିଶ୍ୱାସ କୁ ନେଇ ତୁମୁଳକାଣ୍ଡ। ଘଟଣାଟି ଥିଲା ଏହିପରି ଉକ୍ତ ଗ୍ରାମର ଦୁଇଜଣ ଝିଅ ଗୋଟିଏ ବାହାଘର ରେ ଯୋଗ ଦେଇଥିଲେ। ସେଠିି ତାଙ୍କ ଦେହ ଖରାପ ହେବାରୁ ଘରକୁ ଆସି ପାଗିଲି ଭଳି କାନ୍ଦିଥିଲେ ଏବଂ କହିଥିଲେ ଆମ ଦେହରେ ଦେବତା ଆସିଛି। ଆଉ ସେହି ଦେବତାକୁ ଉକ୍ତ ଗ୍ରାମର ଚୈତନ୍ୟ ପଠେଇଛି ବୋଳି କହିଥିଲେ। ପୂର୍ବ ଶତ୍ରୁତା ହେଉ କିମ୍ବା ଏହିପରି ଅଭିନୟ ହେଉ, ଏହା ଦେଖି ଗ୍ରାମର ଭଦ୍ରବ୍ୟକ୍ତି ଗୁଣିଗାରେଡ଼ି ସନ୍ଦେହରେ ଉକ୍ତ ଗ୍ରାମର ଚୈତନ୍ୟ ଏବଂ ତାଙ୍କ ପରିବାର ଙ୍କୁ ମାରପିଟ୍ କରିଥିଲେ। ଏହି ଖବର ପାଇଲା ପରେ ସାମ୍ବାଦିକ ବେଦବର ଛତ୍ରିଆ ଉକ୍ତ ଗ୍ରାମକୁ ଯାଇ ଘଟଣା ର ତଦନ୍ତ କରି, ପୋଲିସ୍ ଷ୍ଟେସନ ରେ ଏତଲା ଦେବା ସହିତ ଗ୍ରାମର ଭଦ୍ରବ୍ୟକ୍ତି ଙ୍କୁ ଡାକି ପଚରା ଉଚରା କରିଥିଲେ। ଏବଂ ପୀଡ଼ିତ ପରିବାର ଙ୍କୁ ଡାକ୍ତର ଖର୍ଚ୍ଚ ବାବଦକୁ ଗାଁ ବାଲା ବହନ କରିବାକୁ କହିଥିଲେ।

ଦେବତା ଆସିଛି କହୂଥିବା ଦୁଇ ଝିଅଙ୍କୁ ହସ୍ପିଟାଲ୍ ନେବାକୁ ମଧ୍ୟ କହିଥିଲେ। ଗ୍ରାମର ୱାର୍ଡ ମେମ୍ବର ଏବଂ ଭଦ୍ରବ୍ୟକ୍ତି ଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ଯେପରି ଏହାର ପୁନରାବୃତ୍ତି ନ ହେବା ପାଇଁ। ଏବଂ ପୀଡ଼ିତ ପରିବାର ଗ୍ରାମରେ ସାମିଲ୍ ହେଇଯିବୁ ବୋଲି କହିଥିଲେ। ଘଟଣା ସ୍ଥଳକୁ ଲାଠୋର ପୋଲିସ୍ ଆସି ଘଟଣାର ସତ୍ୟତା ସମ୍ପର୍କରେ ବୁଝିଥିଲେ, କିନ୍ତୁ ପୀଡ଼ିତ ପରିବାର ଗ୍ରାମରେ ସମାଧାନ ହେଇଯିବୁ ବୋଲି କହିଥିଲେ। ଫଳରେ ବେଦବର ଛତ୍ରିଆ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଏବଂ ପୀଡ଼ିତ ପରିବାର ଙ୍କୁ ବସେଇ ସମାଧାନ କରିଥିଲେ। ଏଥିରେ ସହଯୋଗ କରିଥିଲେ ପିତବାସ ଭୋଇ। ଆଦିବାସୀ ବହୁଳ ଗ୍ରାମ ହୋଇଥିବାରୁ ଅନ୍ଧବିଶ୍ୱାସ ରେ ଏମିତି କରିଦେଲୁ ବୋଲି ଗ୍ରାମବାସୀ କହିଥିଲେ ଏବଂ ଆଗକୁ ଏହିପରି କରିବୁ ନାହିଁ ବୋଲି ସଫେଇ ଦେଇଥିଲେ।

Comments
Loading...