ବର୍ଷା ଅଭାବ, ଚାଷ ଠପ

ବଙ୍ଗୋମୁଣ୍ଡା :-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ସ୍ୟଭାବିକ ବର୍ଷା ହୋଇପାରିନାହିଁ l ଜଳବାୟୁର ଏପରି ପରିବର୍ତନ ତଥା ନିଅଣ୍ଟିଆ ବର୍ଷା ଚାଷୀ ପାଇଁ ସମସ୍ୟା ସୃଷ୍ଟିକରିଛି l ବୁଣା ଯାଇଥିବା ଧାନ ବେଉସଣ ହୋଇନପାରି ସବୁବୁଢ଼ା ହୋଇଯାଇଥିବା ବେଳେ ବର୍ଷା ଅଭାବରୁ ଜମିରେ ଅନାବନା ଘାସ ବହୁତ ବଢିଗଲାଣି l ରୋଇବା ପାଇଁ ପକାଇଥିବା ତଳି (ପଲା )ମରିବାକୁ ବସିଲାଣି l ନଈନାଳ ଓ ପୋଖରୀ ସବୁ ଶୁଖା ପଡିଥିବା ବେଳେ ଏଲଆଇ ପଏଣ୍ଟ ଥାଇ ସୁଧା ଚାଷୀ ପାଣି ମଡ଼ାଇ ପାରୁନାହିଁ l ଚାଷକାମ ସମ୍ପୂର୍ଣ୍ଣ ଠପ ହୋଇଯାଇଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି l ଜାମଖୁଣ୍ଟା, ଗନ୍ଧର୍ଲା, ଚାନ୍ଦୋତରା,ସିନ୍ଧେକେଲା,ଭୁଷଲାଡ, ଝଳପ, ଦେଡଗାଁ,ଅର୍ଶାତୁଳା ପଞ୍ଚାୟତର ସ୍ଥିତି ଚିନ୍ତାଜନକ ହୋଇପଡିଛି l ରାଜସ୍ୱ ବିଭାଗ ଆକଳନ କରି ଏକଡ଼ପ୍ରତି ପଚାଶହଜାର, ଏହିସବୁ ଅଞ୍ଚଳକୁ ମେଗାଜଳସେଚନ ପ୍ରକଳ୍ପର ବ୍ୟବସ୍ଥା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଚାଷୀବଞ୍ଚାଅ ଅଭିଯାନ ଦାବି କରିଛନ୍ତି l

Comments
Loading...