ହରିଶଙ୍କର ମହୋତ୍ସବ ତଥା ନୃସିଂହ ଚତୁର୍ଦଶୀ ବୈଶାଖ ମେଳାର ଦ୍ୱିତୀୟ ଦିବସରେ : ପୂର୍ବ ନୀତିକାନ୍ତି ରେ ପିତାକନ୍ଦ ମୂଲ ହରିଶଙ୍କର ବାବାଙ୍କ ପାଖରେ ଅର୍ପଣ

ଖପ୍ରାଖୋଲ ୨୩/୦୫ ( କୋଶଲ ନ୍ୟୁଜ୍ ) : ଖପ୍ରାଖୋଲ ବ୍ଲକ ଠାରୁ ୧୩ କି.ମି ରେ ଅବସ୍ଥିତ ହରିଶଙ୍କର ମନ୍ଦିର ଏଠାରେ ପ୍ରତିବର୍ଷ ବୈଶାଖ ମାସର ଏକାଦଶି ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହୋତ୍ସବ ହୋଇଥାଏ । ଏହି ମନ୍ଦିର କୁ ୧୮୫୯ ମସିହାରେ ରାଜା ବୈଜଳ ସିଂ ଦେଓ ନିର୍ମାଣ କରିଥିଲେ । ଦିର୍ଘ୍ୟ ବର୍ଷ ହେବ ଏଠାରେ ଶିବ ପୂଜା ପାଉଛନ୍ତି । ସେପଟେ ବରଗଡ ଜିଲ୍ଲା ପାଇକମାଳ ବ୍ଳକ ନୃସିଂହନାଥ ରେ ହରି ପୂଜା ପାଉଛନ୍ତି । ଆଜି ଚତୁର୍ଦଶୀ ତିଥି ପର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାଇ ହରିଶଙ୍କର ବାବାଙ୍କ ପାଖରେ ପିତା କନ୍ଦମୂଳ ଭୋଗ ଅର୍ପଣ କରାଯାଇଛି । ମହାତ୍ମ ଅନୁଯାଇ କନ୍ଦ ସମାଜ ରେ ପୂର୍ବଜ ମାନେ ହିଁ ପିତା କନ୍ଦମୂଳ ଭୋଗ ପ୍ରସ୍ତୁତ କରିଥାନ୍ତି । ଯେଉଁ କନ୍ଦା ଏବେ ଅତି ଦୁର୍ଲଭ ଅଟେ । ପର୍ବତ ଶିଖରେ କନ୍ଦ ସମାଜ ବାବା ଙ୍କ ଭକ୍ତ ମାନେ ପିତା କନ୍ଦା ଖୋଜି ଆଣିଥାନ୍ତି ଓ ଏଠାରେ ମଧ୍ୟ ମହୋତ୍ସବ ହେଉଛି । ହରିଶଙ୍କର କୁ ଶ୍ରଦ୍ଧାଳୁ ଆସି ଶେଲାପଥର ଓ ଝରଣା, ଚିଡିଆଖାନା ଦେଖି ମଜା ନେଉଛନ୍ତି । ମନ୍ଦିର କୁ ନୂଆଁ ରୁପ ଦେବା ପାଇଁ ଓଡ଼ିଶା ସରକାର ଅନୁଦାନ ପାଣ୍ଠି ଦେଇଛନ୍ତି । ପ୍ରବଳ ଜନସାଗମ ହେଉଛନ୍ତି । ଏହି ସାଂକୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ବହୁତ ଶ୍ରଦ୍ଧାଳୁ ଭିଡ ହେଉଥିଲେ । ପୋଲିସ ଅଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ଵ ପୋଲିସ ଶାନ୍ତି ଶୃଙ୍ଖଲା ରକ୍ଷା କରୁଛନ୍ତି ।

Comments
Loading...