ଷ୍ଟେଟବ୍ୟାଙ୍କ ଅଚଳ

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲାର ଚାନ୍ଦୋତାରା ରେ ଏକ ଷ୍ଟେଟବ୍ୟାଙ୍କ ଶାଖା ଅଛି l ଏହି ଶାଖା ଉପରେ କଳାହାଣ୍ଡି, ନୂଆପଡା ଜିଲ୍ଲାର କିଛି ଅଞ୍ଚଳ ନିର୍ଭର କରିଥାନ୍ତି l କେତେବେଳେ ନେଟଫେଲ, ଷ୍ଟାପ ସମସ୍ୟା, ଲାଇଟ ସମସ୍ୟା, ପ୍ରିଣ୍ଟର ସମସ୍ୟା ଏହି ବ୍ୟାଙ୍କ ରେ ନୀତିଦିନିଆ ସମସ୍ୟା ରେ ପରିଣତ ହେଇଛି l ଏପରି ସ୍ଥିତି ଦେଇ ବ୍ୟାଙ୍କ ଚାଲୁଥିବା ବେଳେ ଗତରବିବାର ଦିନରୁ ବ୍ୟାଙ୍କ ଓ ଏଟିଏମ ବନ୍ଦ ରହିଛି l ଜଦ୍ଵାରା ଜନ ସାଧାରଣ ନାହିଁ ନ ଥିବା ହଇରାଣ ହେଉଛନ୍ତି l ଆମର ପ୍ରତିନିଧି ମେନେଜର ଙ୍କୁ ପଚାରିବାରୁ ବ୍ରଜଘାତ ଯୋଗୁଁ ଏପରି ସମସ୍ୟା ଦେଖାଦେଇଛି ଦିନେ ଦୁଇଦିନ ମଧ୍ୟରେ ଏହାର ସ୍ଥାୟୀ ମରାମତି ହେବ ବୋଲି କହିଥିଲେ l ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ବ୍ୟବସ୍ଥା କରିବାକୁ ଦାବୀ ହୁଏ l

Comments
Loading...