ଓଡ଼ିଆପାଳି ଗାଁ ନୁଆଁପରା ପଡ଼ା ରାସ୍ତା ବାର ମାସ କାଦୁଅ ପଚପଚ

ପାଟଣାଗଡ ୧୦/୦୫ (କୋଶଲ ନ୍ୟୁଜ୍) : ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ମାନୁଥିବା ବେଳେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଳି ପଞ୍ଚାୟତ ନୁଆଁପରା ପଡ଼ା ରାସ୍ତା କାଦୁଅ ପଚ ପଚ ଦୃଶ୍ୟ, ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ବର୍ଷା ହେଲେ କି ନହେଲେ ବି ମୁଖ୍ୟ ରାସ୍ତା ରେ ପାଣି ଗଡି କାଦୁଅ ସର ସର । ଖପ୍ରାଖୋଲ ବ୍ଲକ ସଦର ମହକୁମା ଠାରୁ ୬ କିମି ଦୂରରେ ଅବସ୍ଥିତ ଓଡ଼ିଆପାଳି ଗାଁ । ଗାଁରେ ପ୍ରାୟ ପଚାଶ ପରିବାର ବାସ କରୁଛନ୍ତି । ଲୋକେ ଘରୁ ବାହାରିଲେ କାଦୁଅ ପାଣି ରେ ଯିବା ଆସିବା କରନ୍ତି । ଯେକେହି ଦେଖିଲେ ମୁଖ୍ୟ ରାସ୍ତା ନା ବିଲ ତା ବି ଚିହ୍ନିବା ମୁସ୍କିଲ । ଏପରି କ୍ଷେତ୍ରରେ ପଞ୍ଚାୟତ କୁ ଚାଉଳ ନେଇଯିବା ତଥା ଅନ୍ୟାନ୍ୟ ଅନୁସଙ୍ଗିକ କାମ ରେ ଯାଉଥିବା ବେଳେ ଲୋକେ ନାହିଁ ନ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି l ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ମାନେ ଦାବି କରୁଛନ୍ତି ।

Comments
Loading...