ଡକାୟତି ଘଟଣାର ଆଉ ଦୁଇ ଧରାପଡିଲେ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୁର, ଧଣ୍ଡାମୁଣ୍ଡା ର  ଆରତ ସାହୁଙ୍କ ଘରେ ଗତ ଜାନୁୟାରୀ ମାସ 22/23 ତାରିଖ ରାତିରେ ପ୍ରାୟ 15 ରୁ 20 ଜଣ ଡକାୟତ ମାରଣାସ୍ତ୍ର ଦେଖାଇ, ବୋମା ଫୁଟାଇ  ଡକାୟତି କରି ପ୍ରାୟ 1,20,000 ଟଙ୍କା ମୂଲ୍ଯର ନଗଦ ଟଙ୍କା  ଓ ସୁନା ଅଳଙ୍କାର ଲୁଟ କରିଥିଲେ । ପରେ ପୋଲିସ ତଦନ୍ତ କରି 15 ଜଣ ଡକାୟତ ଙ୍କୁ ଗିରଫ କରିଥିଲା । ଅନୁସଂଧାନ ବେଳେ ଆରୋପୀ ସତ୍ଯ ମହାରଣା ର ବୟାନ ରୁ ଜଣାଗଲାଯେ ଲକ୍ଷ୍ମୀଧର ସୁବୁଦ୍ଧି ଓରଫ କାଲିଆ ର ସହାୟତା ରେ ଲୁଟ ସୁନା ବିକ୍ରି କରାଯାଇଥିଲା ।

କଟକ ର  ଏକ ଜୁଏଲାରୀରେ କାମ କରୁଥିବା ସଚିନ ଲିଗାଡେ ଏଥିରେ ସାମିଲ ଥିଲା । ତଦନ୍ତ ଚଳାଇ ପୋଲିସ ଆଜି ଲକ୍ଷ୍ମୀଧର ସୁବୁଦ୍ଧି ଓରଫ କାଲିଆ ଏବଂ ସଚିନ ଲିଗାଡେ ଦୁଇଜଣଙ୍କୁ ଗିରଫ କରିଛି ।ସେମାନଙ୍କ ଠାରୁ 46 ଗ୍ରାମ ସୁନା ଅଳଙ୍କାର ର  ଅବଶେଷ ମଧ୍ୟ ଜବତ କରିଛି । ଆଜି  ବଲାଙ୍ଗୀର ପୋଲିସ ଏ ସଂପର୍କରେ ସୂଚନା ଜାରୀ କରିଛି ।

କ୍ରିଷ୍ଣା ସେଠୀ

— ସମ୍ବାଦଦାତା

Comments
Loading...