ଦରିଦ୍ର ଜନର ଦରଦୀ ବନ୍ଧୁ.. ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତିଭାଧାରୀ କୁଂ ସମ୍ମାନୀତ କରାଯାଇଥିଲା

ବରଗଡ଼ (କୋଶଲ ନ୍ୟଜ୍)ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେ “ମାନବ ସେବା ହିଁ ମାଧବ ସେବା ” ର ମହାନ୍ ଉଦ୍ଦେଶ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଜନ ସେବା ର ଆବଶ୍ୟକତାକୁ ହୃଦୟଙ୍ଗମ କରି ଗଢି ଉଠିଛି ଜନ ସେବା କଲ୍ୟାଣ ଟ୍ରଷ୍ଟ। ଓଡ଼ିଶାରେ କାହିଁକି ସାରା ଭାରତରେ ସେବା କ୍ଷେତ୍ରରେ ଏକ ଭିନ୍ନ ପରିଚୟ ନେଇ ଆଜି ଏହି ଜନ ସେବା କଲ୍ୟାଣ ଟ୍ରଷ୍ଟ ଆଗେଇ ଚାଲିଛି ତାର ଲକ୍ଷ୍ୟ ପଥରେ।ଆଜି ର ଦୁନିଆରେ ଭାଷାବୀର ତ ଅନେକ ରହିଛନ୍ତି କିନ୍ତୁ ସମାଜ ର ବିକାଶ ପାଇଁ ଭାଷାବୀର ଅପେକ୍ଷା କର୍ମବୀର ର ଅଧିକ ଆବଶ୍ୟକତା ରହିଛି ।ତେଣୁ ଏହି ଅନୁଷ୍ଠାନ ସେହି କର୍ମବୀର ମାନଙ୍କ ଅନ୍ୱେଷଣ କରୁଛି ଯେଉଁମାନେ ସେବା କର୍ମରେ ନିଜର ସୁଖ ଆନନ୍ଦ ଖୋଜନ୍ତି।ତେଣୁ ଏମିତି ପ୍ରତିଭା ମାନଙ୍କୁ ଖୋଜି ତାଙ୍କୁ ତାଙ୍କର କର୍ମକ୍ଷେତ୍ରରେ ଆଗେଇଯିବାର ଉତ୍ସାହ , ପ୍ରେରଣା ଦେବା ପାଇଁ ତାଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି। ସେଇ ଉଦ୍ଦେଶ୍ୟରେ ନିଜର ସବୁକିଛି ସମର୍ପିତ କରି ମାନବ ସେବାରେ ନିଜକୁ ବ୍ରତୀ କରିଥିବା ଏହି ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅତାବିରା ବ୍ଲକ ଲାଦେରପାଳି ରାମଚଣ୍ଡୀ ମନ୍ଦିର ଠାରେ ଏକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସମ୍ବଲପୁର ର ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ଵାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ଟ୍ରଷ୍ଟ ର ମୁଖ୍ୟ ପ୍ରଶାସନିକ ଅଧିକାରୀ କୈଳାସ ମହାରଣା,ସଂଯୋଜକ ସାମ୍ବାଦିକ ହୃଷୀକେଶ ଖମାରୀ,ଉପ ସଭାପତି ଧର୍ମରା୍ଜ ପ୍ରଧାନ ପ୍ରମୁଖ ମଞ୍ଚାଷୀନ ଥିଲେ। ଟ୍ରଷ୍ଟ ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡଃ ଅଜିତ କୁମାର ନାଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଞ୍ଚଳରେ ବିଭିନ୍ନ ପ୍ରକାର ର ସେବା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅନନ୍ୟ ପ୍ରତିଭା ହାସଲ କରିଥିବା ତଥା ସମାଜ ପାଇଁ ଅଂଶ ହେଉ ବା ଅର୍ଥ ଦାନ କରିବାର ଦୃଢ଼ ଇଚ୍ଛା ରଖୁଥିବା ବିନୋଦ ଅଗ୍ରୱାଲ,ସ୍ମିତା ଅଗ୍ରୱାଲ,ସୁଶାନ୍ତ କର, ଅନୁସୂୟା ଦେବତା,ସୁରଭି ପ୍ରଧାନ,ସୁଷମା ସାହୁ,ପଦ୍ମିନୀ ବେହେରା,ସୁବାସ ପ୍ରଧାନ ଆଦି ୮ଜଣ ଙ୍କୁ ଟ୍ରଷ୍ଟ ରେ ଆଜୀବନ ସଦସ୍ୟ ରୂପେ ସାମିଲ କରି ତାଙ୍କୁ ଉପଢୌକନ ସହ ଆଜୀବନ ସଦସ୍ୟତା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ସ୍ମିତା ଅଗ୍ରୱାଲ, ଅନୁସୂୟା ଦେବତା,ସୁଷମା ସାହୁ କରୋନା ମହାମାରୀ ର ଭୟଙ୍କର ପରିସ୍ଥିତି ରେ ଲୋକେ ଘର ଭିତରେ ଆବଦ୍ଧ ରହି ନିଜକୁ ସୁରକ୍ଷିତ ରଖିଥିବା ବେଳେ ମୃତ୍ୟୁକୁ ହାତ ମୁଠାରେ ରଖି ଘର ଘର ଗାଆଁ ଗାଆଁ ବୁଲି ଲୋକଙ୍କୁ ସେବା ଯୋଗାଉଥିବା ଯୋଗୁଁ ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶୁ ଅବସରରେ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ଦାସ ଝିଲିମିଣ୍ଡା ରେ ରହୁଥିବା ଏକ ଅସହାୟ ଗରିବ ପରିବାର ,ଯାହାଙ୍କ ବିଷୟରେ ଆଗରୁ ସମାଜ ଓ ଧରିତ୍ରୀ ଖବର କାଗଜରେ ପ୍ରକାଶିତ ହୋଇଥିଲା,ତାଙ୍କ ପାଇଁ ୬ମାସ ଧରି ଟ୍ରଷ୍ଟ ପକ୍ଷରୁ ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ସଂକଳ୍ପ କରିଥିଲେ।ଏହା ବ୍ୟତୀତ ମାଗଣାରେ ମହିଳା ମାନଙ୍କୁ ସିଲେଇ ଶିକ୍ଷା ଦିଆଯିବାର ଉଦ୍ୟମ ଜାରି ରହିଛି।ଏମିତି ଅନେକ ସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଏହି ଜନ ସେବା କଲ୍ୟାଣ ଟ୍ରଷ୍ଟ ତାର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଚାଲିଛି । ତେବେ ଏଭଳି ଏକ ମହାନ୍ ସଂଗଠନ ରେ ଅଧିକରୁ ଅଧିକ ଲୋକ ସାମିଲ ହୋଇ ସମାଜରେ ତଥା ଦେଶରେ ଅସହାୟ ଗରିବ ଙ୍କ ଦରଦୀ ବନ୍ଧୁ ସଜିବା ପାଇଁ ଟ୍ରଷ୍ଟ ପକ୍ଷରୁ ଆହ୍ବାନ ଦିଆଯାଇଥିଲା ।ଶେଷରେ ସାମ୍ବାଦିକ ହୃଷୀକେଶ ଖମାରୀ ଧନ୍ୟବାଦ ଦେଇଥିଲେ।

Comments
Loading...