ସୁନ୍ଦରଗଡ଼ ଏନଟିପିସି କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥାକୁ ସୁଧାରିବା ପାଇଁ ସିଡିଏମଓଙ୍କୁ ଦାବି ଜଣେଇଲା ବିଜେଡି ପ୍ରତିନିଧି ମଣ୍ଡଳ

ସୁନ୍ଦରଗଡ଼ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖାକାରି ରାଜ୍ୟ ସରକାର ବର୍ତ୍ତମାନ ଜିଲାରେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜଣେ ସଚିବ ସ୍ତରିୟ ଅଧିକାରୀ ଓ ଅନ୍ୟ ତିନି ଜଣ ଯୁଗ୍ନ ସଚିବ ସ୍ଥରୀୟ ଅଧିକାରୀଙ୍କୁ ଦାଇତ୍ବ ଦେଇଛନ୍ତି । ଏହା ସତ୍ୱେ ଏଠିକାର ଏନଟିପିସି କୋଭିଡ ହସ୍ପିଟାଲରେ ଲାଗି ରହିଥିବ ଅବ୍ୟବସ୍ଥା ଲାଗି କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟ ସରକାର ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠିରୁ (ଡିଏମଏଫ )ମଧ୍ୟ ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ସତ୍ୱେ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ହେଉଥିବା ଆକ୍ରାନ୍ତଙ୍କୁ କାହିଁକି ଠିକ ସମୟରେ ଜଳଖିଆ,ମଧ୍ୟାନ୍ୟ ଓ ରାତିର ଭୋଜନ ଦିଆ ଯାଉନାହିଁ ଏବଂ ସଠିକ ପରିମାଣରେ ପିଇବା ପାଇଁ ପାଣି ମଧ୍ୟ ଦିଆ ଯାଉନାହିଁ ବୋଲି ପଚାରିବା ସହିତ ଏଥି ପ୍ରତି ଧ୍ୟାନ ଦେବାକୁ ଦାବି କରିଥିଲେ । ଏହା ସହିତ ନିକଟରେ ସୁନ୍ଦରଗଡ଼ର ଏକ ଆକ୍ରାନ୍ତ ଯୁବକର ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଥିବା ଓ ତାର ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ନ ଜଣେଇ ଶବ ସଂସ୍କାର କରି ଦେଇଥିବା ଏକ ଦୁର୍ଭାଗ୍ୟ ଓ ଚିନ୍ତାର ବିଷୟ ବୋଲି କ୍ଷୋଭ ପ୍ରକାଶ କରିବା ସହିତ ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସିଂ ଦାବି କରିବା ସହିତ କୋଭିଡ ହସ୍ପିଟାଲରେ ହେଉଥିବା ଅବ୍ୟବସ୍ତାକୁ ଯଦି ଖୁବ ଶୀଘ୍ର ସୁଧୁରା ନ ଯାଏ ତା ହେଲେ ମୁଁ ନିଜେ କୋଭିଡର କୀଟ ପିନ୍ଧି କୋଭିଡ ହସ୍ପିଟାଲର ଭିତରକୁ ଯାଇ ଚିକିତ୍ସା ହେଉଥିବା ସମସ୍ତଙ୍କୁ ତାଙ୍କ ଅସୁବିଧା ବୁଝିବା ସହିତ ଏହାର ପ୍ରତିକାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣେଇବା ପାଇଁ ବାଧ୍ୟ ହେବି ବୋଲି କହିଥିଲେ !ଶ୍ରୀ ସିଂଙ୍କ ଦାବି ଗୁଡିକ ଶୁଣିବା ପରେ ଏହି ସବୁ ଗୁଡିକ ଜିଲ୍ଲାପାଳ ମଧ୍ୟ୍ୟ ସବୁ ଜାଣିବାପରେ ମୋତେ ଏହା ଉପରେ ଦୃଢ଼ କାଯ୍ୟନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ମୁଁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସାରିଛି ଓ ବହୁତ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସିଡିଏମଓ କହିଥିଲେ ! ଅନ୍ୟତମ ବିଜେଡିର ବରିଷ୍ଠ ନେତା ଶ୍ରୀ ଜୟ ନାରାୟଣ ତ୍ରିପାଠୀ ସିଡିଏମଓଙ୍କୁ ପଚାରିଥିଲେ କିଛିଦିନ ପୂର୍ବରୁ ଆମେ ଦାବି କରିଥିବା କୋଭିଡ ହସ୍ପିଟାଲରେ ଆଇସିୟୁ ରୁମ ସହିତ ଭେଣ୍ଟିଲେଟରର ସୁବିଧା କେବେଠୁ ଆରମ୍ଭ ହେଉଛି !

ଏହି ଦାବି ପାଇଁ ଜିଲ୍ଲାପାଳ ୧୦ ଟି ଆଇସିୟୁ ଓ ଭେଣ୍ଟିଲେଟର ପାଇଁ ନିର୍ଦେଶ ଦେଇଛନ୍ତି ବର୍ତ୍ତମାନ ଖୁବ କମଦିନ ଭିତରେ ପ୍ରଥମେ ୨ ଟି ଆରମ୍ଭ ହେବାକୁ ଯାଉଛି ଓ ବାକି ୮ ଟି ମଧ୍ୟ ଖୁବ ଶୀଘ୍ର ହେବ ବୋଲି କହିଥିଲେ !ଏହା ପରେ ଶ୍ରୀ ତ୍ରିପାଠୀଙ୍କ ଅନ୍ୟ ଦାବି ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ଡାକ୍ତରଖାନାରେ ସମୟ ନ ଦେଇ ରୋଗୀ ମାନଙ୍କୁ କ୍ଲିନିକ ଗୁଡିକରେ ଦେଖି ମନ ଇଛା ଫିସ ଆଦାୟ କରୁଛନ୍ତି !ବର୍ତ୍ତମାନ କୋଭିଡର କଟକଣା ପାଇଁ ସମସ୍ତଙ୍କର ଜୀବିକା ଉପରେ ପ୍ରଭାବ ପଡିଛି ! ସୁନ୍ଦରଗଡ଼ ଗୋଟିଏ ଆଦିବାସୀ ଜିଲ୍ଲା ହୋଇ ଥିବାରୁ ଏବଂ ଏଠାରେ ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇ ଥିବାରୁ ଡାକ୍ତରମାନେ ମନମୁଖି ଆଦାୟ କରୁଥିବା ଫିସକୁ ରୋକ ଲଗାଯାଉ ଏବଂ ଡାକ୍ତରମାନଙ୍କୁ ସରକାରଙ୍କ ସମୟ ମୁତାବକ ସକାଳ ୮ ରୁ ୧୨ ଓ ସନ୍ଧ୍ୟା ୪ ରୁ ୬ ଟା ଯାଏ ଡାକ୍ତରଖାନାରେ ରହି ଜନସାଧାରଣଙ୍କ ଚିକିତ୍ସା କରିବାକୁ ତାଗିଦ କରାଯାଉ ବୋଲି ଦାବି କରିଥିଲେ ! ଶ୍ରୀ ତ୍ରିପାଠୀଙ୍କ ଦାବିକୁ ସିଡିଏମଓ ଶୁଣିବା ସାଙ୍ଗେ ସାଙ୍ଗେ ଏଡିଏମଓ, ମେଡିକାଲଙ୍କୁ ଫୋନ କରି ଡାକ୍ତରଙ୍କ ରୋଗୀ ସେବାରେ ଅବ୍ୟବସ୍ଥାକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ଡାକ୍ତରମାନେ ତାଙ୍କ କାର୍ଯ୍ୟକୁ ସରକାରଙ୍କ ସମୟ ମୁତାବକ ଦୁଇ ଓଳି କରିବାକୁ ନିର୍ଦେଶ ଦେଇଥିଲେ !ଏହି ପ୍ରତିନିଧି ମଣ୍ଡଳରେ ଶ୍ରୀ ଅନିଲ ମହାପାତ୍ର, ଶ୍ରୀ ମାନସ ରଞ୍ଜନ ବେହେରା ଓ ଶ୍ରୀ ଲୁଇସ କୁଲୁ ଉପସ୍ଥିତ ଥିଲେ l

Comments
Loading...