ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମ ରେ ବାହୁଡା଼ ଯାତ୍ରା ବିନା ଭକ୍ତ ଏବଂ ବିନା ରଥରେ ଅନୁଷ୍ଠିତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ବିଭିନ୍ନ ଗାଁ ମାନଙ୍କ ରେ ବାହୁଡା଼ ଯାତ୍ରା ବିନା ଭକ୍ତ ଏବଂ ବିନା ରଥ ରେ କୋଭିଡ ନିୟମ ଅନୁସାରେ ପାଳନ କରାଯାଉଛି | ଭକ୍ତ ମାନେ ପ୍ରଭୁଙ୍କୁ ରଥ ରେ ଦେଖି ପାରି ନଥିବାରୁ ଦୁଃଖ ଏବଂ କ୍ଷୋଭ ପ୍ରକାଶ କରିଛନ୍ତି କିନ୍ତୁ ମହାମାରୀ କାରଣ ରୁ ନିୟମ ଅନୁଯାଇ କେବଳ ନୀତି କାନ୍ତି କରାଯାଉଛି | ବୌଦ୍ଧ ଜିଲ୍ଲା ରେ ଅନେକ ଗାଁ ଗୁଡିକ ରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଛି | ଗାଁ ଗୁଡିକ ହେଲା ଖୁଣ୍ଟି ଗୋରା, ଆମ୍ବ ଗାଁ, ଫାସେଡ, ଘଣ୍ଟା ପଡା, କଣ୍ଟାମାଲ, ଋଣ୍ଡିମହୁଲ, ରେଙ୍ଗାଲି, ପାଲସାଗୁଡା, ନାରାୟଣ ପ୍ରସାଦ,ଖଟଖଟିଆ, ଦପଲା, ମନମୁଣ୍ଡା, ବିଳାସପୁର, ଶଗଡା, ବରଗୋଚ୍ଛା, ଦହ୍ୟା, ବାଉଁସୁଣୀ, ସାହାଜପାଳ, ଜଗତି, ବଘିଆପଡା, ଖୁଣ୍ଟବନ୍ଧ, ବୌଦ୍ଧ, ସରସରା, ବୁଟୁପାଲି, ନାରଣନଗର, ବୀର ନରସିଂହପୁର, ପୁରୁଣା କଟକ, ହରଭଙ୍ଗା, କରଡ଼ି, କଂକଲା, ଶାମ୍ପୂଚ, ସାଙ୍କୁଲେଇ,ଧଳପୁର,ତିଳେସର,ନାୟକପଡା, ରାମଗଡ଼,ବଢିଗାଁ ଇତ୍ୟାଦି ଗ୍ରାମ ରେ ଆଜି ନୀତିକାନ୍ତି ପାଳନ କରାଯାଇଛି | ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି ଏବଂ କାଲି ମନ୍ଦିର ପ୍ରବେଶ ନୀତି ଅନୁଷ୍ଠିତ ହେବ |

Comments
Loading...