ବୌଦ୍ଧ ରେ ଆସନ୍ତା କାଲି ୬ ଘଣ୍ଟିଆ ବନ୍ଦ କରାଯିବ

ବୌଦ୍ଧ (କୋଶଲ ନ୍ୟୁଜ୍) ତୈଳ ଦରଦାମ ବାରମ୍ବାର ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ ରେ ବୌଦ୍ଧ ଜିଲ୍ଲା ରେ 4ଟି ବାମପନ୍ଥୀ ଦଳ ର ଆହ୍ୱାନ କ୍ରମେ ଆସନ୍ତା କାଲି ସକାଳ 6ଟା ରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ 6ଘଣ୍ଟା ବନ୍ଦ ପାଳନ କରାଯିବାକୁ ନିଷ୍ପତି ହୋଇଛି | ବୌଦ୍ଧ ଜିଲ୍ଲା ରେ କଂଗ୍ରେସ ଦଳ ମଧ୍ୟ ଏହି ବନ୍ଦ କୁ ସମର୍ଥନ କରିବା ସହିତ ସମସ୍ତ ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି | ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଏହା ଘୋଷଣା କରିଛନ୍ତି | ଏହି ବନ୍ଦ ଡାକରା ଦେଇଥିବା ବାମପନ୍ଥୀ ଦଳ ହେଲେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ( ଏମ ), କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଲିବେରସନ ) ଏବଂ କଂଗ୍ରେସ ଦଳ | ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଇତ୍ୟାଦି ର ଅହେତୁକ ମୂଲ୍ୟ ବୃଦ୍ଧି ପାଇଁ ଏହି ବନ୍ଦ କରାଯାଉଛି |

Comments
Loading...