ହତ୍ୟା କରିବାକୁ ଯାଇ ହତ୍ୟା ର ଶିକାର

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳ ର ବଡ଼ ଡୁଙ୍ଗୁରିପାଲି ଗ୍ରାମ ରେ ଗତ କାଲି ରାତିରେ ଏକ ହତ୍ୟାକାଣ୍ଡ ସଙ୍ଗଠିତ ହୋଇଛି | ମିଳିଥିବା ସୂଚନା ଆଧାର ରେ ବଡ଼ ଡୁଙ୍ଗୁରିପାଲି ଗ୍ରାମ ର ନରେଶ ଭୋଇ ଓରଫ ପାଡୁ ସେହି ଗ୍ରାମର ଲଳିତ ସାହୁ ଙ୍କ ପାରିବାର ସହିତ ବହୁ ଦିନରୁ ଶତ୍ରୁତା ଲାଗି ରହିଥିଲା | ପାଡୁ ମଦ ପିଇ ଟାଙ୍ଗିଆ ଧରି ଲଳିତ ସାହୁ ଙ୍କ ପାରିବାର କୁ ପୂର୍ବରୁ ଆଶ୍ରବ୍ୟ ଭାଷା ରେ ଗାଳି ଗୁଲଜ କରିବା ସହିତ ପରିବାର ର ଲୋକଙ୍କୁ ଜୀବନ ରୁ ମାରିଦେବାର ଧମକ ଦେଉଥିଲା | ପାଡୁ 6 ବର୍ଷ ପୂର୍ବରୁ ଏକ ହତ୍ୟା ମାମଲା ରେ ଜେଲ ଯାଇ ସଜା କାଟି ଆସି ଥିଲା |ଏହା ପରେ ଲଳିତ ସାହୁ ର ପରିବାର ଭୟଭୀତ ହୋଇ ଘରେ କବାଟ ବନ୍ଦ କରି ରହୁଥିଲେ | ଗତ ରାତିରେ 8 ଟା ସମୟ ପାଖାପାଖି ପାଡୁ ଟାଙ୍ଗିଆ ନେଇ ଅଶ୍ରାବ୍ୟ ଭାଷା ରେ ଗାଳି କରିବା ସହିତ ମାରିଦେବାକୁ ଯାଇଥିଲା ଏଥିରେ ଉତେଜିତ ହୋଇ ଲଳିତ ସାହୁ ର ପରିବାର ହୋଇ ତାଙ୍କ ଦୁଇ ପୁଅ ତାବଳିଆ ଧରି ଦାଣ୍ଡ କୁ ବାହାରି ପାଡୁ କୁ ହାଣି ଦେଇଥିଲେ ଯାହା ଫଳରେ ପାଡୁ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଥିଲେ | ରାତିରେ ମନମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲେ |

Comments
Loading...