ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଏବଂ ମୋଟରସାଇକେଲ ଲୁଟ

ବୌଦ୍ଧ (କୋଶଲ ନ୍ୟୁଜ୍) ଆଜି ଅପରାହ୍ନ ସମୟ ରେ କଣ୍ଟାମାଲ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମପଞ୍ଚାୟତ ର ତିଲକାମାଲ ଛକ ନିକଟରୁ ଜୈନିକ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଥିବା କଣ୍ଟାମାଲ ଥାନାରେ ଅଭିଯୋଗ କରିଛନ୍ତି |ମିଳିଥିବା ସୂଚନା ଅନୁସାରେ କଣ୍ଟାମାଲ ଠାରେ ଖୋଲାଯାଇଥିବା ମାଇକ୍ରୋ ଫାଇନାନ୍ସ ସଂସ୍ଥା ର କର୍ମଚାରୀ ଅଜିତ କାଣ୍ଡ ଗାଁ ମାନଂକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଂକୁ ଋଣ ଲଗାଇବାକୁ ଟଙ୍କା ଦେଇଥାନ୍ତି |ଉକ୍ତ ଋଣ ଟଙ୍କା ଅସୁଲ କରି ନିଜ ବାଇକ ରେ ଫେରୁଥିବା ସମୟରେ ତିଳକାମାଲ ଛକ ଠାରେ ଦୁଇଟି ବାଇକ ରେ 6 ଜଣ ଦୁର୍ବୃତ ଆସି ଅଟକାଇ ଧମକ ଦେଇ ତାଙ୍କ ଠାରୁ ନଗଦ 120000 ଟଙ୍କା ମୋବାଇଲ ଏବଂ ବାଇକ ଧରି ଫେରାର ହୋଇଯାଇଥିଲେ |କଣ୍ଟାମାଲ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଛି

Comments
Loading...