ମଧୁପୁର ଛକ ରେ ଦୁଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ର ଖୁଣ୍ଟବନ୍ଧ ନିକଟ ମଧୁପୁର ଛକ ରେ ଆଜି ମଧ୍ୟାହ୍ନ ସମୟରେ ଦୁଇଟି ବାଇକ ମଧ୍ୟରେ ଧୋକ୍କା ହୋଇଛି | ମିଳିଥିବା ସୂଚନା ଆଧାର ରେ ବୌଦ୍ଧ ପଟରୁ ଆସୁ ଥିବା ରାଧାନଗର ଗ୍ରାମ ପଂଚାୟତ ର ପିପିଲକଟା ଗାଁ ର ସୁଶାନ୍ତ ଜାଲ ଙ୍କ ସହିତ ପୋଲାମ ଗାଁ ର ରବୀନ୍ଦ୍ର କଳତା ଙ୍କ ମୋଟର ସାଇକେଲ ମାଡ଼ ହୋଇଥିଲା ଏବଂ ରବୀନ୍ଦ୍ର ଆହତ ହୋଇଥିଲେ ତାଙ୍କୁ ବୌଦ୍ଧ ହସ୍ପିଟାଲ କୁ ପଠା ଯାଇଥିଲା ଏବଂ ଖବର ଲେଖା ଯିବା ପର୍ଯ୍ୟନ୍ତ ବୌଦ୍ଧ ପୋଲିସ ଘଟଣା ର ତଦନ୍ତ କରୁଥିବା ଜଣା ପଡିଛି |

Comments
Loading...