ରାସ୍ତା ଉନ୍ନତିକରଣ ଉଦ୍ଧେଶ୍ୟରେ କେବଳ ଫଳକ ରାସ୍ତା ଉନ୍ନତିକରଣ ନ କରି ୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଦେବଗଡ଼: (କୋଶଲ ନ୍ୟୁଜ) ରାସ୍ତା ନିର୍ମାଣ ନ କରି କେବଳ ଫଳକ ଲଗାଇ ୫ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଥିବା ଗୁରୁତର ଅଭିଯୋଗ ଆଣିଥିବା ଘଟଣା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମରେ ୨୦୧୯/୨୦ ଆର୍ଥିକ ବର୍ଷରେ ବଡଡଙ୍ଗାଘାଟ ଗ୍ରାମର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗ୍ରାମରେ ଗୈାଡ ସାହି ଠାରୁ ଧୋବା ସାହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ୫ ଲକ୍ଷ ଟଙ୍କାର ଅନୁଦାନରେ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଠାରୁ କାର୍ଯ୍ୟାଦେଶ ହୋଇଥିଲା । କିନ୍ତୁ ଉକ୍ତ କାର୍ଯ୍ୟ ସମ୍ପନ୍ନ ନ ହୋଇ ଉର୍ଦ୍ଧିଷ୍ଟ ଅର୍ଥକୁ ଯନ୍ତ୍ରୀ ଓ ଠିକାଦାର ବିଭାଗିୟ କର୍ମଚାରୀ ଏକ ଅସାଧୁ ମେଣ୍ଟ କରି ଏବଂ ମିଥ୍ୟା ବିଲ୍ ଭାଉଚର କରି ଅର୍ଥ ଆତ୍ମସାତ କରିଥିବା ସମ୍ପର୍କରେ ଗ୍ରାମବାସୀ ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆଙ୍କୁ ବଡଡଙ୍ଗାଘାଟ ଗ୍ରାମବାସୀ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ଏ ସମ୍ପର୍କରେ ଗଷ୍ଠିଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଗ୍ରାମବାସୀ ଅଭିଯୋଗକୁ ଗ୍ରହଣ ସମ୍ପର୍କରେ ସହମତି ପ୍ରଦାନ କରିବା ସହିତ ମୁଁ ନିଜେ ଘଟଣା ସ୍ଥଳକୁ ଯାଇ ଦେଖିଲା ପରେ ମନ୍ତ୍ୟବ ଦେଇପାରିବି ବୋଲି ପ୍ରକାଶ କରିଛନ୍ତି ।

Comments
Loading...