ଝାରସୁଗୁଡ଼ାରୁ ପାରାଦୀପ ଭାୟା କୁଚିଣ୍ଡା ଦେବଗଡ଼ ରେଳପଥ ଦେବଗଡ଼ ଓ କୁଚିଣ୍ଡାର ଜନସାଧାରଣଙ୍କ ପକ୍ଷରୁ ସମ୍ବଲପୁର ସାଂସଦଙ୍କୁ ଦାବୀପତ୍ର

ଦେବଗଡ଼: (କୋଶଲ ନ୍ୟୁଜ) ଝାରସୁଗୁଡ଼ା ପାରାଦୀପ ଭାୟା କୋଲାବିରା କୁଚିଣ୍ଡା ଦେବଗଡ଼ ରେଳପଥ ପାଇଁ ଦେବଗଡ଼ ଓ କୁଚିଣ୍ଡାର ରେଳବିକାଶ ମଞ୍ଚ ପକ୍ଷରୁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ନିକଟରେ ଆଜି ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଆବାହକ ସୁଧୀର (ନିଲୁ)କୁମାର ବ୍ରହ୍ମାଙ୍କ ଆହ୍ବାନ କ୍ରମେ ଶୁଭ୍ରାଂଶୁ ଗୁରୁ, କୁମୁଦ ଚନ୍ଦ୍ର ଶତପଥୀ ତରଣୀ କାନ୍ତ ଦାସ, ପ୍ରଶାନ୍ତ ଭୁକ୍ତା , ରାମଚନ୍ଦ୍ର ମହାପାତ୍ର, ମାର୍କଣ୍ଡେଶ୍ୱର ଶତପଥୀ, ମିତ୍ରଭାନୁ ମହାପାତ୍ର, ଜନ୍ମାଜୟ ନାୟକ, ଶକ୍ତିବ୍ରତ ନାୟକ, ସିଦ୍ଧାର୍ଥ ଗୁରୁ, ମାନସ ନାଥ , ରୋମିଓ ମହାପାତ୍ର, ପ୍ରବୀଣ କୁମାର ସାମଲ, ମିହିର କୁମାର ବେହେରା, ରାକେଶ ଶତପଥୀ, ହେମନ୍ତ କୁମାର ମହାପାତ୍ର, ତଥା କୁଚିଣ୍ଡା ର ପ୍ରତିନିଧିତ୍ଵ କରିଥିଲେ ସୁଶୀଲ କୁମାର କର , ମନୋରଞ୍ଜନ ଭୋଇ, ଦୀଲିପ କୁମାର ନନ୍ଦ, ମଳୟ ବେହେରା, ଅମୀୟ କୁମାର ପାତ୍ର ଓ ପୂର୍ଣ୍ଣେନ୍ଦୁ ମହାନ୍ତି ।

Comments
Loading...