ଉତ୍ତରାଞ୍ଚଳ ରାଜସ୍ବ ଜୋନରେ ଦେବଗଡ ଜିଲ୍ଲା ପୁରସ୍କୃତ

ଦେବଗଡ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ବିବିନ୍ନ ମହିଳା କେନ୍ଦ୍ରୀୟ ଯୋଜନା ଗୁଡିକରେ ଉଲ୍ଲେଖନୀୟ ସଫଳତା ହାସଲ ନିମନ୍ତେ ଉତ୍ତରାଞ୍ଚଳ ରାଜସ୍ବ ଜୋନରେ ଦେବଗଡ ଜିଲ୍ଲାକୁ ପୁରସ୍କୃତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭାରଚୁଆଲ ମୋଡରେ ଆୟଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୂର୍ଣ୍ଣଲତା ବିଶ୍ବାସ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଅନିରୁଦ୍ଧ ନାୟକ

— ଜିଲ୍ଲା ସମ୍ବାଦଦାତା – ଦେବଗଡ଼

Comments
Loading...