ଦେବଗଡ଼ :(କୋଶଲ ନ୍ୟୁଜ )- କରୋନା ନା ଶୁଣିଲେ କା ମନରେ ବା ଭୟ ନାହିଁ ବାହାର ସମ୍ପର୍କୀୟ ତ ସମ୍ପର୍କୀୟ ନିଜ ବଂଶ ମଧ୍ୟ୍ୟ ଛାଇ ମାଡୁ ନାହାଂତି ଏପରି ସମୟରେ ଦେବଦୁତ ସାଜିଛନ୍ତି ଦେବଗଡ଼ ଜିଲ୍ଲାର ସ୍ୱେଚ୍ଛାସେବୀ ସୁଧିର ବ୍ରହ୍ମା ଓ ସହଯୋଗୀ ଦୟାଶଙ୍କର ଦ୍ୱିବେଦୀ, ଶିବା ମୂଖି ଓ ରଞ୍ଜିତ ପିପିଇ କିଟ୍ ପରିଧାନ କରି ଲୋକଙ୍କୁ ସେବା କରିଚାଲିଛନ୍ତି l ସୂଚନା ଅନୁଯାୟୀ ଦେବଗଡ ପୌରାଂଚଳ ରଜାମୁଣ୍ଡାର ଏକ ଦମ୍ପତ୍ତି କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିବା ବେଳେ ସଂକ୍ରମିତଙ୍କ ମା’ ଗୁରୁତର ଅସୁସ୍ଥ ହୋଇପଡିବା ସହ ତାଙ୍କ ଶରୀରରେ କରୋନାର ବିଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ମାତ୍ର ସଂକ୍ରମଣ ଭୟରେ ସ୍ୱାବ ପରୀକ୍ଷା ନିମନ୍ତେ ତାଙ୍କୁ ଡାକ୍ତରଖାନା ଆଣିବାକୁ କେହି ବାହାରିନଥିଲେ କି ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ ହୋଇନଥିଲା ଏହି ସମୟରେ ସୁଧୀର ବ୍ରହ୍ମା ନିଜର ଗାଡିରେ ଡାକ୍ତରଖାନା ନେଇ ତାଙ୍କର ସ୍ୱାବ ପରୀକ୍ଷା କରାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ସାଜିବା ସହ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି।ଏଣେ ପୁଅ-ବୋହୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ହୋଇ ଥିବାରୁ ମହିଳା ଜଣକ ଉପାୟ ଶୂନ୍ୟ ହୋଇପଡିଥିଲା l ସେଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଘରକୁ ଆଣି ଛାଡିଥିଲେ।