କଣ୍ଟାବାହାଳ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ମହା ଦୁର୍ନୀତିର ଅଭିଯୋଗ

ଦେବଗଡ଼ (କୋଶଲ ନ୍ୟୁଜ୍) କରୋନା କାଳରେ ପିଲାମାନଙ୍କୁ ସ୍କୁଲ ନ ଖୋଲି ସରକାର ଅନଲାଇନ୍ ମାଧ୍ୟମରେ ପଢାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଗରିବ ଶ୍ରେଣୀର ପିଲାମାନଙ୍କୁ ପାଠ ପଢିବା ପାଇଁ ବହୁତ କଷ୍ଟକର ହୋଇପଡୁଥିବା ବିଭିନ୍ନ ଚ୍ଯାନେଲରେ ଆପଣ ମାନେ ଦେଖୁଥିବେ।
କିନ୍ତୁ ଆମେ ଏଠି ଯେଉଁ ବିଷୟ ଆପଣ ମାନଙ୍କୁ ଦେଖାଉଛୁ, ଏ ଦୃଶ୍ୟଟି ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ହାଇସ୍କୁଲର ଦୃଶ୍ୟ ଏଠି ସ୍କୁଲ ପିଲାଙ୍କ ନାମ ଲେଖା ଏବେ ଚାଲିଥିବା ବେଳେ। ନାମ ଲେଖା ବାବଦକୁ କଣ୍ଟାବାହାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ସାହୁ ଅଭିଭାବକ ମାନଙ୍କ ଠାରୁ କାହାଠାରୁ ପାଞ୍ଚ ଶହ ଟଙ୍କା ନେଇଥିବା ବେଳେ ଆଉ କାହା ଠାରୁ ଛଅ ଶହ ତ କାହାଠାରୁ ଆଠ ଶହ ଏବଂ କିଛି ଗରିବ ଶ୍ରେଣୀର ଲୋକଙ୍କ ଠାରୁ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଭାବକ ମାନେ ଆମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ଏଠାରେ ପଶ୍ନ ଉଠୁଛି ଅଭିଭାବକ ମାନଙ୍କ ଠାରୁ ସମାନ ମୂଲ୍ୟରେ ନାମ ଲେଖା ବାବଦକୁ ନିଆଯାଇ ନାହିଁ କାହିଁକି …?
ଏ ବିଷୟରେ ଅଧିକ ଜାଣିବା ପାଇଁ ଆମେ ପହଞ୍ଚି ଥିଲୁ କଣ୍ଟାବାହାଳର ହାଇସ୍କୁଲ ପରିସରକୁ ଓ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ସାହୁଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲୁ। କିନ୍ତୁ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ସାହୁ ଆମେ ଆସିବା ଜାଣିବାରୁ ସ୍କୁଲକୁ ଆସି ନ ଥିଲେ ପରେ ଆମେ ମୋବାଇଲ ମାଧ୍ୟମରେ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ପ୍ରଧାନ ଶିକ୍ଷକଙ୍କ ଏଭଳି କାର୍ଯ୍ୟ ପାଇଁ ସାଧାରଣରେ ବହୁତ ନିନ୍ଦନୀୟ ବିଷୟ ପାଲଟିଛି। ଏବଂ ଅଭିଭାବକ ମାନଙ୍କ ମନରେ ଅଶାନ୍ତ ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।।

Comments
Loading...