ଗାଈକୁ ବଞ୍ଚାଇବାକୁ ଯାଇ ବାଇକ ଦୁର୍ଘଟଣା ଗ୍ରସ୍ଥ ,ଜଣେ ମୃତ

ଦେବଗଡ଼ : (କୋଶଲ ନ୍ୟୁଜ୍) ୩/୬ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରାଂଚି-ବିଜୟଓାଡା ରାସ୍ତା ଲକ୍ଷ୍ମୀପୁର – ତଲେଇସର ରାସ୍ତା ମଧ୍ୟରେ ସନ୍ଧ୍ୟା ୫ଟା ୩୦ ଟା ମିନିଟ ସମୟରେ ଏକ ମର୍ମାହତ ଦୁର୍ଘଟଣା ଘଟିଅଛି ।ଏକ ଗାଈକୁ ବଞ୍ଚାଇବାକୁ ଯାଇ ବାଇକ ଦୁର୍ଘଟଣା ଗ୍ରସ୍ଥ ହୋଇ ଦୁର୍ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଅଛି ।ମୃତକ ହେଲେ ରିଆମାଳ ବ୍ଲକ ଅନ୍ତର୍ଗତ ଖିଲେଇ ଗ୍ରାମ ପଞ୍ଚାୟତ ଖିଲେଇ ଶାଳବଣିଆ ସାହିର ବସନ୍ତ ଦୀପ ଙ୍କ ପୁଅ ବିଷ୍ଣୁ ଦୀପ (୩୧) ।କୌଣସି କାମରେ ବିଷ୍ଣୁ ଆଜି ଘରୁ ବାହାରି ନିଜ ବାଇକ (ଗାଡି ନଂ- ଓଡି-୨୮-ଏ-୪୭୨୨) ଯୋଗେ ବୁଢାପାଳ ପଟେ ଯାଉଥିଲେ ।ଯିବା ବାଟରେ ହଠାତ ଏକ ଗାଈ ବାଇକ ସାମ୍ନାକୁ ଚାଲିଆସିଥିଲ।।

ଗାଈକୁ ବଞ୍ଚାଇବାକୁ ଯାଇ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ଦିଆଯାଇଥିବା ସୂଚନା ଫଳକ ପୋଲରେ ପିଟି ହୋଇଥିଲ।।ଫଳରେ ବିଷ୍ଣୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲ।।ଯାହାକି ଦୁର୍ଘଟଣା ତାର ମୃତ୍ୟୁ ଘଟିଅଛି ।ଦୁର୍ଘଟଣା ସ୍ଥଳରେ କିଛି ସ୍ଥାନୀୟ ଲୋକ ଆସି ପରିବାର ଓ ପୁଲିସକୁ ଖବର ଦେଇଥିଲେ ।ଖବରପାଇ ଖଇରିପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ବାଇକ ଓ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଅଛି ।ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଜନସାଧାରଣ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।ପୁଲିସ ବୁଝାସୁଝା କରୁଥିବା ଜଣାପଡିଅଛି ।

Comments
Loading...