ମୟୁର ଶିକାରର ଭିଡିଓ ଫୋଟ କଏଦ ହେଲା ଜଙ୍ଗଲରେ ଖଞ୍ଜା ହୋଇଥିବା କ୍ୟାମେରାରେ ଶିକାରୀ ଗଲା ଜେଲ

ଦେବଗଡ ଜିଲ୍ଲା ମୟୁର ଶିକାର ଅଭିଯୋଗରେ ବନବିଭାଗ କର୍ତ୍ତୃପକ୍ଷ ଆଜି ଜଣେ ଶିକାରୀକୁ ଗିରଫ କରିଛି । ଏଥି ସହିତ ତା ନିକଟରୁ ଏକ ଦେଶୀ ବନ୍ଧୁକ ଓ ମୟୁର ପୁଚ୍ଛ ଜବତ କରିଛି । ଅଭିଯୁକ୍ତ ଜଣକ ହେଲେ ନ୍ୟୁ-କଦଳୀପାଳ ଗ୍ରାମର ଲିଙ୍ଗରାଜ ପେଣ୍ଠେଇ ବୟସ ୪୦ ବର୍ଷ ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ଦେବଗଡ ବନଖଣ୍ଡ ବାରକୋଟ ବନାଞ୍ଚଳର ଦନ୍ତାରୀବାହାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନ୍ୟୁ-କଦଳୀପାଳ ଗ୍ରାମ ନିକଟସ୍ଥ ପ୍ରଧାନପାର୍ଟ ସଂରକ୍ଷିତ ଜଙ୍ଗଲରୁ ଲିଙ୍ଗରାଜ ଏକ ମୟୁର ଶିକାର କରିଥିଲା । ଏହି ଘଟଣାର ଦୃଶ୍ୟଟି ଜଙ୍ଗଲ ମଧ୍ୟରେ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଯାଇଥିଲା । ଟ୍ରାପ କ୍ୟାମେରାରେ ରହିଥିବା ଫୋଟ ଭିଡିଓ ଚିହ୍ନଟ ହେବାପରେ ଗତକାଲି ତାକୁ ବନ ବିଭାଗ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲେ ପଚରାଉଚରା ସମୟରେ ଲିଙ୍ଗରାଜ ନିଜର ଦୋଷ ସ୍ବୀକାର କରିବାରୁ ତା ନିକଟରୁ ମୟୁର ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଓ ମୟୁର ପୁଚ୍ଛ ଜବତ କରାଯିବା ସହ ତାକୁ ଗିରଫ କରାଯାଇଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଦନ୍ତାରୀବାହାଳ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Comments
Loading...