ପଳସମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ପଳସମା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କ୍ଲବ ର ସଭାପତି ସୁନିଲ କୁମାର ଓ ସମ୍ପାଦକ ଅବନୀ କାନ୍ତ ନାଏକଙ୍କ ତତ୍ବାବଧାନରେ ପଳସମା ପଞ୍ଚାୟତ ଖେଳ ପଡିଆ ରେ ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ସେମ୍ ହେମ୍ରମ ଫିତା କାଟି ଖେଳ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶୁରେଷ ପ୍ରଧାନ ଓ ରୁନା ପ୍ରଧାନ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଥମ ଲିଗ୍ ମ୍ୟାଚ୍ ରେ ଦେହୁରୀପାଳ ଓ ପାଣ୍ଡିରିଶିଳା ମଧ୍ୟରେ ଖେଳ ରହିଥିଲା । ଦେହୁରୀପାଳ କ୍ରିକେଟ କ୍ଲବ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇ ୯ ଓଭର ୩ ବଲ୍ ରେ ସମସ୍ତ ଓ୍ବେଇକେଟ ହରାଇ ୬୮ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ପାଣ୍ଡିରିଶିଳା କ୍ରିକେଟ କ୍ଲବ ୧୦ ଓଭରର ସମସ୍ତ ବଲ ବିନିଯୋଗ କରି ୭ ଓ୍ବେଇକେଟ ହରାଇ ୬୩ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ଏହି ମ୍ୟାଚ୍ ୧୦ ଓଭର ବିଶିଷ୍ଟ ଖେଳ ରହିଥିବା ବେଳେ ଖେଳ ପରିଚାଳନାରେ ଲିପୁ ବେହେରା ଓ କୁନା ସାହୁ ରହିଥିଲେ । ସ୍କୋର ବୋର୍ଡ ରେ ସୁକାନ୍ତ ମୁଦୁଲି ଓ ଶେଖର ମହାପାତ୍ର ଭାଷଣବାଜୀ ରେ ସୁନିଲ କୁମାର ରହିଥିଲେ। କ୍ଲବ ର ସମସ୍ତ ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁନିଲ କୁମାର ଖେଳାଳି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଗାମୀ ଦିନରେ କେମିତି ଆହୁରି ଭଲ ଖେଳ ପ୍ରଦର୍ଶନ ହେବ ଉଦବୋଧନ ଦେଇଥିଲେ ।

Comments
Loading...