ଜାତୀୟ ସେବା ଯୋଜନା ଦ୍ବାରା ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଘାଟିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ବାରା ପୋଷ୍ୟ ଗ୍ରାମ ଚଡେଇମରା ଠାରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ଅଭୟ କୁମାର ସୁସ୍ଥ ଭାରତ ଗଠନରେ ଛାତ୍ରଛାତ୍ରୀ ତଥା ଯୁବକମାନଙ୍କର ଭୂମିକା ଓ ସେବା ଦ୍ଵାରା ଅସମ୍ଭବ କୁ ସମ୍ଭବ କରଯାଇପାରିବ ବୋଲି ଉପଦେଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବଲାଙ୍ଗୀର ଜିଲ୍ଲାସ୍ଥ ସଂସ୍କୃତ ଭାରତୀ ର ସଦସ୍ୟ କାହ୍ନା ବାରିକ ସଂସ୍କୃତ ଭାଷାର ମହତ୍ତ୍ଵ ଓ ସଂସ୍କୃତ ଗ୍ରାମ ନିର୍ମାଣରେ ଆବଶ୍ୟକ ପଦକ୍ଷେପ ଉପରେ ସବିଶେଷ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ ସମ୍ପାଦକ ସୁଶୀଲ ପ୍ରଧାନ ଓ ଯୁବକ ସଂଘ ସଭାପତି ମଙ୍ଗୁଳୁ ପ୍ରଧାନ ସ୍ଵେଚ୍ଛାସେବୀ ମାନଙ୍କୁ ଉପଦେଶ ଦେଇଥିଲେ ।
ଉଦ୍ଘାଟନୀ ଉତ୍ସବ ପରେ ଶିବିର ପରିସରକୁ ସଫା କରାଯିବା ସହ ସଡ଼କ ସୁରକ୍ଷା ଉପରେ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ଦ୍ଵିତୀୟ ଦିବସର ପ୍ରଥମ ଭାଗରେ ପ୍ରାତଃ ସମୟରେ ଯୋଗାସନ ଓ ପ୍ରାଣାୟାମ, ଦ୍ଵିତୀୟ ଭାଗରେ ଗ୍ରାମ ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ପ୍ରାର୍ଥନା ,ସ୍ଵଚ୍ଛତା, ତୃତୀୟ ଭାଗରେ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡଃ ଉମାକାନ୍ତ ସାହୁ ଓ ସତୀଶ କୁମାର ମହାପାତ୍ର ସ୍ଵେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ ଓ ମାନବବାଦ ଉପରେ ବହୁ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।
ଚତୁର୍ଥ ଭାଗରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ ପରିଚାଳନା କରିଥିଲେ ।
ପଞ୍ଚମ ଭାଗରେ ସଂଧ୍ୟା‌ରେ ପ୍ରାର୍ଥନା ଓ ସତ୍ ସଙ୍ଗ କରାଯାଇଥିଲା ।

ବେଦ ଅଧ୍ୟାପକ ତଥା ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ତନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପଣ୍ଡିତ ସଞ୍ଜୀତ କୁମାର ଶତପଥୀ ବେଦପାଠ କରିଥିବାବେଳେ ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳୀ ନନ୍ଦ,ମନୋଜ କୁମାର ସାହୁ,ଶରତ ବେହେରା, ପ୍ରମୋଦ ମହାପାତ୍ର , ସ୍ଵେଚ୍ଛାସେବୀ ଼ବିପସ୍ଵିନୀ, ସ୍ଵପ୍ନପ୍ରିୟା, ପିଙ୍କି,ସୁଜାତା,ସିଲି ଗୋପାଳ,ଅମର,ପ୍ରଭାତ, ଜିତେନ୍ଦ୍ର, ଅମରେଶ,ରୀତେଶ, ଅନିମେଶ,ଚିନ୍ମୟ ନୋସିତ,ବାଦଲ ତୁଭନ ସଚ୍ଚିଦାନନ୍ଦ,ମିଥୁନ, ବିଶ୍ଵନ୍ତ,ଆଶିଷ ପ୍ରମୁଖ ସହଯୋଗ କରିଥିଲେ l ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ବାରା ପୋଷ୍ୟ ଗ୍ରାମ ଚଡେଇମରା ଠାରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ଅଭୟ କୁମାର ସୁସ୍ଥ ଭାରତ ଗଠନରେ ଛାତ୍ରଛାତ୍ରୀ ତଥା ଯୁବକମାନଙ୍କର ଭୂମିକା ଓ ସେବା ଦ୍ଵାରା ଅସମ୍ଭବ କୁ ସମ୍ଭବ କରଯାଇପାରିବ ବୋଲି ଉପଦେଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବଲାଙ୍ଗୀର ଜିଲ୍ଲାସ୍ଥ ସଂସ୍କୃତ ଭାରତୀ ର ସଦସ୍ୟ କାହ୍ନା ବାରିକ ସଂସ୍କୃତ ଭାଷାର ମହତ୍ତ୍ଵ ଓ ସଂସ୍କୃତ ଗ୍ରାମ ନିର୍ମାଣରେ ଆବଶ୍ୟକ ପଦକ୍ଷେପ ଉପରେ ସବିଶେଷ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ ସମ୍ପାଦକ ସୁଶୀଲ ପ୍ରଧାନ ଓ ଯୁବକ ସଂଘ ସଭାପତି ମଙ୍ଗୁଳୁ ପ୍ରଧାନ ସ୍ଵେଚ୍ଛାସେବୀ ମାନଙ୍କୁ ଉପଦେଶ ଦେଇଥିଲେ ।
ଉଦ୍ଘାଟନୀ ଉତ୍ସବ ପରେ ଶିବିର ପରିସରକୁ ସଫା କରାଯିବା ସହ ସଡ଼କ ସୁରକ୍ଷା ଉପରେ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ଦ୍ଵିତୀୟ ଦିବସର ପ୍ରଥମ ଭାଗରେ ପ୍ରାତଃ ସମୟରେ ଯୋଗାସନ ଓ ପ୍ରାଣାୟାମ, ଦ୍ଵିତୀୟ ଭାଗରେ ଗ୍ରାମ ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ପ୍ରାର୍ଥନା ,ସ୍ଵଚ୍ଛତା, ତୃତୀୟ ଭାଗରେ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡଃ ଉମାକାନ୍ତ ସାହୁ ଓ ସତୀଶ କୁମାର ମହାପାତ୍ର ସ୍ଵେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ ଓ ମାନବବାଦ ଉପରେ ବହୁ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।
ଚତୁର୍ଥ ଭାଗରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ ପରିଚାଳନା କରିଥିଲେ ।
ପଞ୍ଚମ ଭାଗରେ ସଂଧ୍ୟା‌ରେ ପ୍ରାର୍ଥନା ଓ ସତ୍ ସଙ୍ଗ କରାଯାଇଥିଲା ।

ବେଦ ଅଧ୍ୟାପକ ତଥା ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ତନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପଣ୍ଡିତ ସଞ୍ଜୀତ କୁମାର ଶତପଥୀ ବେଦପାଠ କରିଥିବାବେଳେ ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳୀ ନନ୍ଦ,ମନୋଜ କୁମାର ସାହୁ,ଶରତ ବେହେରା, ପ୍ରମୋଦ ମହାପାତ୍ର , ସ୍ଵେଚ୍ଛାସେବୀ ଼ବିପସ୍ଵିନୀ, ସ୍ଵପ୍ନପ୍ରିୟା, ପିଙ୍କି,ସୁଜାତା,ସିଲି ଗୋପାଳ,ଅମର,ପ୍ରଭାତ, ଜିତେନ୍ଦ୍ର, ଅମରେଶ,ରୀତେଶ, ଅନିମେଶ,ଚିନ୍ମୟ ନୋସିତ,ବାଦଲ ତୁଭନ ସଚ୍ଚିଦାନନ୍ଦ,ମିଥୁନ, ବିଶ୍ଵନ୍ତ,ଆଶିଷ ପ୍ରମୁଖ ସହଯୋଗ କରିଥିଲେ l


ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ଦେବଗଡ଼)

Comments
Loading...