ସ୍ଵାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେନୂଆ-ଓ ଆନୁକୁଲ୍ୟରେ, ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟଠାରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ୟରେ ଓଡିଆ ସାହିତ୍ୟ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଦେବଗଡ଼ ବିଧାୟକ ମାନ୍ୟବର ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ ପରିଚାଳନା କରିଥିବାବେଳେ ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ର ଓ ପଣ୍ଡିତ ସଞ୍ଜୀତ କୁମାର ଶତପଥୀ ବେଦପାଠ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦମୟନ୍ତୀ ସାହୁ, ମଞ୍ଜୁଲତା ସେଠୀ, ଶ୍ରାବଣୀ ନାୟକ, ଜ୍ୟୋତ୍ସ୍ନା ସାହୁ, ବୁଦ୍ଧେଶ୍ଵରୀ ସାହୁ ଇତ୍ୟାଦି ୨୫ରୁଅଧିକ ଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ହୋଇଥିବାବେଳେ ଜଗନ୍ନାଥ ଭଜନ ପ୍ରତିଯୋଗିତାରେ ବିପସ୍ଵିନୀ ଘଡୁଇ,ଶ୍ଵେତାଲି ମହାପାତ୍ର,ସିଲି ମାଝୀ, ରଶ୍ମିତା ଦେହୁରୀ, ମିଥୁନ ମାଝୀ,ବିଶ୍ଵେନ୍ଦୁ ମାଝୀ ଆଦି ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ଡଃ ଉମାକାନ୍ତ ସାହୁ,ସତୀଶ କୁମାର ମହାପାତ୍ର, ଯଦୁମଣି ସାହୁ, ସନ୍ତୋଷ ରାଉଳ ପ୍ରମୁଖ ବିଚାରପତି ଭାବେ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରିଥିଲେ । ଏହାକୁ ଅଧ୍ୟାପକ ଅଭୟ କୁମାର ସାହୁ, ମାନସ ରଞ୍ଜନ ମହାପାତ୍ର, ରଘୁନାଥ ରାଉତ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳୀ ନନ୍ଦ, ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ପିପନ୍ କୁମାର ସେଠୀ, ଇନ୍ଦ୍ରମଣି ମାଝୀ, ଅର୍ଜୁନ ସାହୁ, ଅଜିତ ପାତ୍ର, ଶରତ ବେହେରା, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା l

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ବ୍ୟୁରୋ ଚିଫ୍ ଓଡ଼ିଶା)

Comments
Loading...