ଆତ୍ମହତ୍ୟା କରିବାକୁ ଆସିଥିଲା ଦେବଗଡ ପୋଲିସ ଦ୍ବାରା ବଞ୍ଚିଗଲା ଯୁବତୀଙ୍କ ଜୀବନ

ଦେବଗଡ ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ଜଣେ ଯୁବତୀ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଧାନପାର୍ଟ ଜଳପ୍ରପାତକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏହି ସମୟରେ ଦେବଗଡ ଥାନା ପୋଲିସ ଦ୍ବାରା ଯୁବତୀ ଜଣଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ଉଦ୍ଧାର କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ଯୁବତୀ ଜଣକ ଦେବଗଡ ଥାନା ଅନ୍ତର୍ଗତ ଶ୍ରୀନିବାସ ପୁର ଗ୍ରାମର ଭୋଳାନାଥ ନାଏକଙ୍କ ଝିଅ ଯାଜ୍ଞସେନୀ ନାଏକ(୧୮) । ଗତ କାଲି ସନ୍ଧ୍ୟାରେ ନିଜ ଘରେ କୌଣସି କାରଣକୁ ନେଇ ପରିବାର ଲୋକଙ୍କ ସହ କଳହ କରି ନିଜ ଗ୍ରାମରୁ ଦେବଗଡକୁ ଚାଲି ଆସିଥିଲେ । ରାତି ପ୍ରାୟ ୮ଟା ସମୟରେ ଯୁବତୀ ଜଣକ ପ୍ରଧାନପାର୍ଟ ଜଳପ୍ରପାତ ଆଡକୁ ଯାଉଥିବା ବେଳେ ଦେବଗଡ ଥାନା ପୋଲିସ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା । ଯୁବତୀ ଜଣକ ପାହାଡ ଉପରକୁ ଚଢ଼ିବା ଦେଖି ପେଟ୍ରୋଲିଂ କରୁଥିବା ପୋଲିସ ଏସ ଆଇ ବୁଦ୍ଧରାଏ ମାଝୀ ସଦଳବଳେ ଯୁବତୀଙ୍କ ପିଛା କରିଥିଲେ । ମହିଳା ପୋଲିସ କର୍ମଚାରୀ ନିରୁପମା ନାଏକଙ୍କ ସହାୟତାରେ ଉକ୍ତ ଯୁବତୀକୁ ଥାନାକୁ ଆଣିବା ପରେ ସଖୀ ୱାନ ଷ୍ଟପ ସେଣ୍ଟରରେ ଆଶ୍ରୟ ଦେବା ସହ ଆଜି ଯୁବତୀଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments
Loading...