ବିଦ୍ୟାଳୟ ଛାତରୁ ଗଳୁଛି ପାଣି ଓ ସିମେଣ୍ଟ ପ୍ରଶାସନର ନଜର ପଡୁନି

ଦେବଗଡ଼ (କୋଶଲ ନ୍ୟୁଜ୍): ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚ କରି ନୂତନ ବିଦ୍ୟାଳୟ ତିଆରି କରୁଥିବା ବେଳେ କେତେକ ଯାଗାରେ ବିଦ୍ୟାଳୟ ଅବ୍ୟସ୍ଥା ଭିତର ରହିଛି। ଫଳରେ ଅସୁବିଧା ଭୋଗୁଛନ୍ତି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ। ବର୍ତମାନ ଆମେ ଆପଣ ମାନଙ୍କୁ ଯେଉଁ ଚିତ୍ର ଦେଖାଉଛୁ। ଏ ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତ ଅନ୍ତର୍ଗତ ଆଡସ ପ୍ରାଥମିକ ବିଦ୍ୟାଳୟର ଚିତ୍ର ଏଠି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ। ବର୍ଷା ଦିନେ ବିଦ୍ୟାଳୟ ଛାତ ଏବଂ ଅଫିସ ଗୃହ ଛାତରୁ ଗଳୁଛି ପାଣି ଓ ସିମେଣ୍ଟ । ଏ ଘଟଣା ଆଜି କିମ୍ବା କାଲିର ନୁହେଁ ଦୀର୍ଘ ଦୁଇ ତିନି ବର୍ଷ ଧରି ଏଭଳି ଅବ୍ୟବସ୍ଥା ଭିତରେ କୁନି କୁନି ଛାତ୍ରଛାତ୍ରୀମାନେ ଜୀବନକୁ ବାଜି ଲଗାଇ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ବିଦ୍ୟାଳୟ ପ୍ରତି ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ନଜର ପଡୁନାହିଁ। ଏହି ସମସ୍ୟା ଉପରେ ନଜର ଦେଇ ଏହାର ସମାଧାନ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଦାବୀ କରିଛନ୍ତି।

Comments
Loading...