ନରେନ୍ଦ୍ର ପଞ୍ଚାୟତରେ ୬୭ ଜଣଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ

ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତ ଅଧିନସ୍ଥ ଗ୍ରାମର ୬୭ ଜଣ ଗରିବ ଅସହାୟ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ମାଗଣାରେ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି।ଏହି ମାଗଣା ଖାଦ୍ୟ ଗୁରୁଣ୍ଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେର୍ଣ୍ଣା ଡେଥ ଲାକ୍ରାଙ୍କ ନେତୃତ୍ବରେ ନରେନ୍ଦ୍ର ପଞ୍ଚାୟତ ଅଧିନସ୍ଥ ଗ୍ରାମର ବିଭିନ୍ନ ଗରିବ ଅସହାୟ ବ୍ୟକ୍ତିଙ୍କୁ ରୋଷେଇ କରି ଭାତ ଡାଲି, ତରକାରୀ ଖାଦ୍ୟ ଓ ଶୁଖିଲା ଚୁଡ଼ା, କଦଳୀ, ଗୁଡ ଆଦି ବିଭିନ୍ନ ଖାଇବା ଜିନିଷ ଦେଇଥିବା ବେଳେ ଏହି ରନ୍ଧା ଖାଦ୍ୟ ଦାଇତ୍ବରେ ଥିବା ଜୟ ମାଁ ଟାଙ୍ଗରପାଟ ସ୍ଵଂୟ ସହାୟକ ଗୋଷ୍ଠୀ ମୁଷାପୋଷ ଗ୍ରାମର ମହିଳା ସଭାପତି ପ୍ରମିଳା ନାଏକ ଓ ସମ୍ପାଦିକା ଲିଲିରାଣୀ ବୁଡ ପ୍ରମୁଖ ଉପସ୍ଥିତ ରହି ରୋଷେଇ କାର୍ଯ୍ୟ କରୁଥିବା ବେଳେ ଏହି ମାଗଣା ଖାଦ୍ୟ ବଣ୍ଟନ ବେଳେ ସ୍ଥାନୀୟ ସରପଞ୍ଚ ଗମ୍ମା ମୁଣ୍ଡା, ପଞ୍ଚାୟତର ଯୋଗାଣ ସହାୟକ ଗୋବିନ୍ଦ ଚନ୍ଦ୍ର ବେହେରା ଓ ପିଓ ପ୍ରହଲ୍ଲାଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Comments
Loading...