ଅବକାରୀ ବିଭାଗର ଚଢ଼ାଉ ବେଆଇନ ବିଦେଶୀ ମଦ ଜବତ ଜଣେ ଗିରଫ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅବକାରୀ ବିଭାଗ ପକ୍ଷରୁ ଗୋଲାମୁଣ୍ଡା ବ୍ଲକ ବୈଜଳପୁର ଗ୍ରାମରେ ଜଣେ ଚୋରା ମଦ ବ୍ୟବସାୟୀଙ୍କ ଘରେ ଚଢାଉ କରାଯାଇ ବେଆଇନ ଗଚ୍ଛିତ ଥିବା ବିଦେଶୀ ମଦ ଜବତ କରାଯାଇଛି । ଚଢ଼ାଉ ବେଳେ ବୈଜଲପୁର ଗ୍ରାମ ର ଠାକୁର ସାହୁ ଙ୍କ ଘରୁ ୧ ପ୍ରାୟ ୧୯ ଲିଟର ୫୫୦ ଏମଏଳ ବିୟର , ୮ ଲିଟର ୮୨୦ ଏମଏଲ ହୁଇସ୍ପି ଜବତ କରାଯାଇଛି । ଏହି ଜବତ ବେଆଇନ ମଦ ମଧ୍ୟରେ କିଙ୍ଗଫିସର , ହାଇୱାର୍ଡ଼ , ମେକ୍ ଡୁଆଲ ନଂ ୱାନ୍ ଭଳି ବିଭିନ୍ନ ବ୍ରାଣ୍ଡ ର ମଦ ଜବତ କରିଛି ଅବକାରୀ ବିଭାଗ ।

ଏହି ସବୁ ମଦ ନୁଆପଡା ଜିଲ୍ଲା ରୁ ଗୋଲାମୁଣ୍ଡା ଅଂଚଳକୁ ଚୋରା ଚାଲାଣ ହେଉଥିବା ଜଣାଯାଇଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଏଥିରେ ସମ୍ପୃକ୍ତ ଜଣେ ବେପାରୀ କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Comments
Loading...