ଏମ୍. ରାମପୁର୍ ବନବିଭାଗ କୁ ମିଳିଲା ଵଡ ସଫଳତା କାଠ ଗଣ୍ଡି ଓ ଜଣେ ଅଭିଯୁକ୍ତ ସହ ତିନୋଟି ବଳଦ ଜଵତ

କୋଶଲ ନ୍ୟୁଜ୍ ବ୍ୟୁରୋ : ବନଵିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଟାପରାଙ୍ଗ ସଂରକ୍ଷଣ ଜଙ୍ଗଳ ର ଯୋରାଖମ ପାଖରେ ଏମ୍.ରାମପୁର୍ ବନବିଭାଗ ଅଧିକାରୀ ଅତିସ କୁମାର ଦାସ ଙ୍କ ନେତୃତ୍ବରେ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇ ହଳ ବଳଦ ଯୋଚି ଦୁଇ ଟି କାଠଗଣ୍ଡି ନେଉଥିବା ଦେଖିଥିଲେ ହେଲେ ଗୋଟିଏ ବଳଦ ଓ ଜଣେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ତିନୋଟି ବଳଦ ଓ ଜଣେ ଅଭିଯୁକ୍ତ କୁ ଧରିଥିବା ସକ୍ଷମ ହୋଇପାରିଥିଲେ। ଫେରାର ହୋଇଥିବା ଆସାମୀ ଏହାର ପଛେ ଆଉ କିଏ ଅଛନ୍ତି ମାଷ୍ଟର ମାଇଣ୍ଡ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରଖିଥିଵା ସୂଚନା ମିଳିଛି।
Comments
Loading...