ଓଡିଶା ପ୍ରାଦେଶିକ ସଭା ଦ୍ୱାରା ECG ମେସିନ୍ ଲୋକାର୍ପଣ

କୋଶଲ ନ୍ୟୁଜ୍ ବ୍ୟୁରୋ ; କଳାହାଣ୍ଡି, କେସିଙ୍ଗା : ମାନବ ସେବା ପାଇଁ ଉତ୍ସର୍ଗୀକୃତ କେସିଙ୍ଗା ତେରପନ୍ଥ ଯୁବ ପରିଷଦ  ଦ୍ୱାରା ପରିଚାଳିତ ଆଚାର୍ଯ୍ୟ ତୁଲସୀ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରରେ ଓଡିଶା ପ୍ରାଦେଶିକ ଜୈନ  ସମାଜ ତେରପନ୍ଥୀ ସଭାପତି ଶ୍ରୀ ମୁକେଶ କୁମାର ଜୈନ ଏବଂ ଯନ୍ତ୍ରର ପ୍ରଯୋଜକ ସମାଜ ସେବୀ ଶ୍ରୀ ସଜନ କୁମାର ଅଗ୍ରୱାଲ ଙ୍କ ତ୍ୱତା ବଦନରେ “ବିକେ ଫୁଡ୍” କର କମଳରେ ଲୋକାର୍ପଣ ହେଲା । ଏହି ଅବସରରେ ଓଡ଼ିଶା ପ୍ରାଦେଶିକ ଜୈନ ସମାଜ ର ତେରପନ୍ଥ ସଭା ମନ୍ତ୍ରୀ ଶ୍ରୀ ଅନୁପ କୁମାର ଜୈନ, ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ମନୋଜ ଜୈନ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ନମସ୍କାର ମହାମନ୍ତ୍ର ଦ୍ଵାରା ଉଦ୍ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ, ଉପସ୍ଥିତି ଥିବା କିଛି  ଲୋକଙ୍କୁ ନୂତନ ମେସିନ୍ ଦ୍ୱାରା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ଦିଆଯାଇଥିଲା |
ସ୍ଥାନୀୟ ସମାବେଶର ସଭାପତି ଶ୍ରୀ ମଙ୍ଗତ ରାମ ଜୈନ, ମନ୍ତ୍ରୀ ଜୟ ଭଗବାନ୍ ଜୈନ, ପରିଷଦର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ସାଗର ଜୈନ, ମନ୍ତ୍ରୀ ରାଜେଶ କୁମାର ଜୈନ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ।
Comments
Loading...