କଳମପୁର ବ୍ଲକ୍ ୱେବ ମିଡ଼ିଆ ସଂଘର ସାଧାରଣ ବୈଠକ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ୍ ଅନ୍ତର୍ଗତ ବଡକୁଟୃ FCI ଗୋଦାମ ଗୃହ ପରିସରରେ କଳମପୁର ବ୍ଲକ୍ ୱେବ ମିଡ଼ିଆ ସଂଘର ସଭାପତି ଶିବ ପ୍ରସାଦ ମହାରଣାଙ୍କ ଆହ୍ୱାନ କ୍ରମେ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ପଣ୍ଡା ଏବଂ ସମ୍ମାନିତ ଅତିଥିଭାବେ ଫାଣ୍ଡି ଅଧିକାରୀ ଇଗ୍ନେସ୍ ବାର୍ଲା ଉପସ୍ଥିତ ଥିଲେ ।
 କଳାହାଣ୍ଡି ୱେବ ମିଡ଼ିଆ ସଂଘର ଜିଲ୍ଲା ସଭାପତି ଆଦିତ୍ୟ ମହାନ୍ତି, ଉପସଭାପତି ଲକ୍ଷ୍ମୀ ରଞ୍ଜନ ବାଗ୍, ସମ୍ପାଦକ ସଂଗ୍ରାମ କେଶରୀ ପାତ୍ର ଓ ସହସମ୍ପାଦକ ତୁଲମଣି ନାଗ ପ୍ରମୁଖ ଅଂଶ ଗ୍ରହଣ କରି ମାର୍ଗଦର୍ଶନ କରିଥିଲେ ଏବଂ ସଙ୍ଗଠନକୁ ସୁଦୃଢ଼ କରିବାପାଇଁ ପରାମର୍ଶ ଦେଇଥିଲେ । କଳମପୁର ବ୍ଲକ୍ ଉପସଭାପତି ସୁରେନ୍ଦ୍ର ନାଏକ ,ସମ୍ପାଦକ ଗଣେଶ ରାମ ବାଗ୍, କୋଷାଧ୍ୟକ୍ଷ ପରମାନନ୍ଦ ଠାକୁର ତଥା ଅନାନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସାମ୍ବାଦିକତା ସାଙ୍ଗକୁ ସମାଜସେବା, ମାନବ ସେବାକୁ ଗୁରୁତ୍ୱ ଦେବା ପାଇଁ ମତ ପ୍ରକାଶ ପାଇଥିଲା । ନିରୀହ ଜନ ସାଧରଣଙ୍କ ସମସ୍ୟା ସବୁକୁ ଅଧିକାରୀ ମାନଙ୍କ ପାଖରେ ଉପସ୍ଥାପନା କରି ତାର ସମାଧାନ କରିବା ପାଇଁ ସଂଘର କର୍ମକର୍ତ୍ତା ସଂକଳ୍ପବଦ୍ଧ ହେଲେ । ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ସଂଘ ତାର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତେ ଏକମତ ହେଲେ ।

 ଏକତାହିଁ ବଳ ଏହି ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ସମସ୍ତ ସାମ୍ବାଦିକ ଉତ୍ସାହିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସଂଘର କାର୍ଯ୍ୟଧାରାକୁ ବହୁଜନ ହିତାୟ କରିବାପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।
Comments
Loading...