କଷ୍ଟମର କେୟାର ନାଁ ରେ ଠକେଇ ଘଟଣା ର ପର୍ଦାଫାଶ ୫ ଗିରଫ

କୋଶଲ ନ୍ୟୁଜ୍ ବ୍ୟୁରୋ : ଭବାନୀପାଟଣା ଶର୍ମା କଲୋନୀ ର ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ, ଗତ ଜାନୁଆରୀ 9 ତାରିଖ ଦିନ 12 ଟା ରେ ଜିଓ ଫୋନ କଷ୍ଟମର କେୟାର ରୁ କହୁଛି କହି କିଛି ପ୍ରୋବ୍ଲେମ ଅଛି କି ପଚାରି ଥିଲା ଜଣେ ଅଜଣା ବ୍ୟକ୍ତି । ବିଭିନ୍ନ ମନ ଲୋଭା କଥା କହି ଠକ ହାବୁଡ଼ ରେ ପଡି 2 ଲକ୍ଷ 65 ହଜାର ଟଙ୍କା ଗାଏବ ହୋଇ ଯାଇଥିଲା ।ଏହାକୁ ନେଇ କଳାହାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ଏସ ପି ଶ୍ରବଣ ବିବେକ ଙ୍କ ତତ୍ୱା ବଧାନ ରେ ଏକ ଟିମ ଗଠନ କରି 5 ଜଣ ଠକ ଙ୍କୁ ଗିରଫ କରିଛି ସମସ୍ତେ ଉତ୍ତର ପ୍ରଦେଶ ର ହମିର ପୁର ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଠକ ମାନଙ୍କ ଠାରୁ 10 ମୋବାଇଲ ସହ 52 ହଜାର 388 ଟଙ୍କା ଜବତ କରିଛନ୍ତି।ଏଥି ସହିତ 5 ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Comments
Loading...