କେସିଙ୍ଗା ଏଏନ୍ଏଚ୍ ୨୦୧ ରେ ସଡ଼କ ଦୁର୍ଘଟଣା : ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ ଭର୍ତ୍ତି

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : କେସିଙ୍ଗା : କାର ଓ ବାଇକ ସହିତ ଦୁର୍ଘଟଣା ଘଟିଛି । ଅମାଟ ଗ୍ରାମର ସୌଭାଗ୍ୟ ଧ ମାଝି ନାମକ ବ୍ୟକ୍ତି ବୟଷ ୪୫ ବର୍ଷ , ନିଜ ଘରୁ OD 08 3672 ବାଇକ ଯୋଗେଁ କେସିଙ୍ଗା ଯାଉଥିବାବେଳେ , କନ୍ତେଶିର ପୋଳ ପାଖରେ OD 08E 9545 ହୋଣ୍ଡାଇକାର କେସିଙ୍ଗା ଦେଇ ଆସୁଥିବା ବେଳେ ସମୟ ପ୍ରାୟ ୧ o / ୫ ମିନିଟରେ ମୁଁହା ମୁଁହି ଧକ୍କା ହୋଇଥିଲା । 

ଯାହାଫଳରେ ବାଇକ ଚାଳକର ଡାହାଣ ଗୋଡ କଟିଯାଇ ଆଣ୍ଠୁ ରେ ସକ୍ତ ଆଘାତ ହୋଇଛି । ବାଇକ ଚାଳକ ଦୁର୍ଘଟଣାର ଶିକାର ହୋଇ ଦୁର୍ଘଟଣା ସ୍ତଳରେ ଛଟପଟ ହେଉଥିବା ବେଳେ କେସିଙ୍ଗା ପୋଲିସ ସହାୟତାରେ କେସିଙ୍ଗା ତାଳୁକ ହସ୍ପିଟାଲ ରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା । କିନ୍ତୁ ଡାକ୍ତର ଦେଖିବାମାତ୍ରେ ବଡହସ୍ପିଟାଲ କୁ ନେବା ପାଇଁ ପରାମର୍ଶ ଦେଇଥିଲେ|
Comments
Loading...