ଜାତୀୟ ଆଦିବାସୀ ଲୋକ ମହୋତ୍ସବ ଉଦଘାଟିତ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜୁନାଗଡ଼ ଠାରେ ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ସଙ୍ଗୀତ ଉତ୍ସବ ସ୍ଥାନୀୟ ହାଇ ସ୍କୁଲ ଖେଳ ପଡ଼ିଆ ରେ ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କେପଟେନ ଦିବ୍ୟ ଶଙ୍କର ମିଶ୍ର ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ସମ୍ପାଦକ ପ୍ରବୋଧ ରଥ, ଭବାନୀପାଟଣା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଜାତୀୟ ଆଦିବାସୀ ମହୋତ୍ସବ କୁ ଉଦଘାଟନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତ ରାୟ, ଚାନ୍ଦବାଲି ରୁ ବ୍ବ୍ୟମକେଶ ରାୟ, ଭଦ୍ରକ ରୁସଂଜୀବ ମଲ୍ଲିକପ୍ରମୁଖ ଯୋଗଦାନ କରିଥିଲେ l 

କଳାହାଣ୍ଡି କଳା ର କ୍ଷେତ୍ରଏବଂ ଏ ଅଞ୍ଚଳ ରେ କଳା ର ଆଦର ଅତି ମହାନ, ଆଜି କଳାହାଣ୍ଡି ର କଳା ବିଶ୍ୱ ରେ ଆଦୃତ ହୋଇ ପାରିଛି ବୋଲି କେପଟେନ ମିଶ୍ର ପ୍ରକାଶ କରିଥିଲେ l ଉଦଘାଟନୀ ସନ୍ଧ୍ୟାରେ ଆସାମ ର ଭୋରତlଲ ନୃତ୍ୟ, ଝରଖଣ୍ଡ ଖରସୁଆଁ ର ଛଉ ନୃତ୍ୟ, ପଶ୍ଚିମ ବଙ୍ଗ ର ରେବେନ୍ସ ଏବଂ ଓଡ଼ିଶାର ମୋଗଲ ତାମସା ଓ ଦୁରୁଆ ନାଚ ଆକର୍ଷଣୀୟ ଭାବେ ପରିବେଷିତ ହୋଇ ଥିଲା l ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଲଙ୍କେଶ୍ୱରୀ ମଞ୍ଚ ରଙ୍ଗୀନ ହୋଇ ଦୁଲୁକି ଉଠିଥିଲା l ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ l 

ଏହି କାର୍ଯ୍ୟକ୍ରମ ରେ ଉତ୍ସବ ସଂଯୋଜକ ମହେଶ ସାହୁ ସକ୍ରିୟ ସହଯୋଗ କରିଥିବା ବେଳେ ପ୍ରଫେସର ସୁଶାନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ lପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା l ଏହି ମହୋତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l
Comments
Loading...