ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଇଂରାଜୀ ନବ ବର୍ଷରେ କଳାହାଣ୍ଡି ୱେବ୍ ମିଡିଆ ଆସୋସିଏସନ୍ କର୍ମକର୍ତ୍ତାଙ୍କ ସାକ୍ଷାତ ।

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି :  ଆଜି ଇଂରାଜୀ ନବ ବର୍ଷ ଆନୁକୂଲ୍ୟରେ କଳାହାଣ୍ଡିରେ ଯୋଗ ଦେଇଥିବା ନୂତନ ଆରକ୍ଷୀ ଅଧିକ୍ଷକ ଡକ୍ଟର ସର୍ବଣା ବିବେକ୍ ଏମ୍ ଙ୍କୁ କଳାହାଣ୍ଡି ୱେବ୍ ମିଡିଆ ଆସୋସିଏସନ୍ ର କର୍ମକର୍ତ୍ତା ସାକ୍ଷାତ କରିଛନ୍ତି । ୱେବ୍ ମିଡିଆ ଆସୋସିଏସନ୍ ସଭାପତି ଶ୍ରୀ ଆଦିତ୍ଯ ପ୍ରସାଦ ମହାନ୍ତି ଓ ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ପାତ୍ର ଙ୍କ ନେତୃତ୍ଵରେ ଏହି ସୌହାର୍ଦ୍ଧପୂର୍ଣ୍ଣ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ତୁଳମଣୀ ନାଗ, କୋଷାଧ୍ୟକ୍ଷ ମଧୁସୂଦନ ମହାପାତ୍ରଙ୍କ ସହ ବଳବନ୍ତ ନାୟକ, ଡୋଲାମଣି ସାହୁ, ରାକେଶ ବେମାଲ, ସୁନିଲ୍ କୁମାର ମୁଣ୍ଡ୍, ବ୍ଯୋମକେଶ୍ ପୁରୋହିତ, ରଜନୀକାନ୍ତ ସମରଲିଆ, ବୁଖାରୀ ଫକୀର ଖାନ୍ ଆଦି ସାମ୍ବାଦିକମାନଙ୍କ ଗହଣରେ ନୂତନ ରୂପରେ କଳାହାଣ୍ଡି ଜିଲ୍ଲାରେ ଯୋଗଦାନ କରିଥିବା ଆରକ୍ଷୀ ଅଧିକ୍ଷକ ଙ୍କୁ ପୁଷ୍ପଗୁଛ୍ଛ ସହ ଅଙ୍ଗବସ୍ତ୍ର ପ୍ରଦାନ କରିବା ସହ ନୂତନ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇ କଳାହାଣ୍ଡିରେ ତାଙ୍କର ରହଣୀକାଳ ଯେପରି ଏକ ସ୍କରଣୀୟ ସମୟ ହୋଇ ରହିବ ସେଥିପାଇଁ ଶୁଭକାମନା କରିଥିଲେ।
Comments
Loading...