ବାବୁ କେନ୍ଦୁଗୁଡା ରେ ପାଳିତ ହେଉଛି ଟୋକିମରା ପର୍ବ

କୋଶଲ ନ୍ୟୁଜ୍ ବ୍ୟୁରୋ  : କଳାହାଣ୍ଡି:  ଘଣ୍ଟ ଡୋଲ ବାଜାରେ କମ୍ପୁଛି ସାରା ପରିବେଶ I ବାଡି ଧରି ବାଜାର ତାଳେ ତାଳେ ନାଚୁଛନ୍ତି ସମସ୍ତେ I କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ବାବୁ କେନ୍ଦୁଗୁଡା ଗାଁରେ ଚାଲିଛି ଟୋକିମରା ପର୍ବ I ଆଦିବାସୀ ଙ୍କ ପର୍ବ ମଧ୍ଯରୁ ଏହା ହେଉଛି ଭିନ୍ନ ପର୍ବ I ମାଟି ମାଁ କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତି ୧୨ ବର୍ଷରେ ପୌଷ ମାଷରେ କଳାହାଣ୍ଡିର ବିଭିନ୍ନ ଗାଁରେ ପାଳିତ ହୁଏ ଟୋକିମରା ପର୍ବ I ଆଖ ପାଖର ଆଦିବାସୀ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ପାଳନ କରାଯାଇଥାଏ ଏହି ଟୋକିମରା ପର୍ବ I ଦେବା ଦେବୀଙ୍କ ପାଖରେ ସମର୍ପଣ କରିବାକୁ ଥିବା ବୋଦା କୁ ଗାଁର ଜାନୀ ଏବଂ ପୂଜାରୀ ଙ୍କ ଘରୁ ବାହାର କରି ସମଗ୍ର ଗାଁ ପରିକ୍ରମା କରାଯାଇଥାଏ I 

ଏହାପରେ ବୋଦାକୁ ପରବ ଝାର ବା ପଡିଆ କୁ ନେଇ ସେଠାରେ ମାଟି ମାଆଙ୍କୁ ଅର୍ପଣ କରାଯିବା ପରେ ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀ ମାନେ ପାରମ୍ପାରୀକ ଅସ୍ତ୍ରଶସ୍ତ୍ର ଧରୀ ବାଜାର ତାଳେ ତାଳେ ନାଚି ସୋଭାଯାତ୍ରା ରେ ଯାଇଥାନ୍ତି I ବିଶ୍ବାସ ରହିଛି ବୋଦାର ମାଂସ କୁ ନେଇ ଗାଁର ଇଷ୍ଟଦେବୀ ଜମିରେ ପୋତିରେ ସମସ୍ତଙ୍କ ଦୁଖ କଷ୍ଟ ନିବାରଣ ସହିତ ଭଳ ଫସଳ ହୋଇଥାଏ I ପୂର୍ବରୁ ବୋଦା ଜାଗାରେ କୁଆଁରୀ କନ୍ଯା କୁ ଜିଅନ୍ତା ବଳି ଦିଆଯାଉଥିବା କୁହା ଯାଉଛି I ଏବେ ବୋଦା କୁ କୌଣଷି ଝିଅର ନାଁ ଦେଇ ବଳି ଦିଆ ଯାଉଛି I 

ଟୋକିମରା ପର୍ବ ପରଦିନ ପାଳିତ ହୁଏ ଧାଙ୍ଗଡିଝୁଲା ଅର୍ଥାତ ଖୁସିର ଦିନ I ଗାଁର ବ୍ଯୟଜ୍ଯୋଷ୍ଠ ବ୍ଯକ୍ତି ହେଉ କି ଧାଙ୍ଗଡା ଧାଙ୍ଗଡି ଅର୍ଥାତ ଝୀଅ ପୁଅ ଖଟରେ ବୁଲାଇ ନିଆଯାଏ I ଏମିତି ଖୁସିରେ ଅତିଥି ମାନଙ୍କୁ ଖଟରେ ବସାଇ ବାଦ୍ଯର ତାଳେ ତାଳେ ନାଚିଥାନ୍ତି ଆଦୀବାସୀ I ବିଶ୍ବାସ ରହିଛି ଏହି ଦିନ କୌଣଷି ଆଦିବାସୀ ପୁଅ ଯଦି କୌଣଷୀ ଆଦୀବାସୀ ଝୀଅ କୁ ନେଇ ପଳାନ୍ତି ତେବେ ସେମାନଙ୍କୁ ସମାଜ ପତିପତ୍ନି ର ମର୍ଯ୍ଯଦା ଦେଇଥାଏ I କଳାହାଣ୍ଡି ଜିଲ୍ଲାର କଲମପୁର,କୋକସରା ,ଗୋଲାମୁଣ୍ଡା ଥୁଆମୁଲ ରାମପୁର ବ୍ଲକ୍ ର ବିଭିନ୍ନ ଆଦିବାସୀ ଗାଁରେ ଟୋକିମରା ପର୍ବ ଧୁମ୍ ଧାମ୍ ରେ ପାଳିତ ହେଉଛି I
Comments
Loading...