ବିପଦ ସଂକୁଳ ଅବସ୍ଥାରେ ଭଗ୍ନ ବ୍ରିଜ ଉପରେ ଯାତାୟତ କରୁଛନ୍ତି ଲଛିପୁର ଅଂଚଳ ବାସୀ ।

ଧର୍ମଗଡ଼ :- ଗ୍ରାମଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଂଚାୟତ ଲଛିପୁର ଗ୍ରାମରେ ତାହାର ବ୍ୟତିକ୍ରମ ଦେଖା ଦେଇଛି।
ଲଛିପୁର ରୁ ଚିତମୁଣ୍ଡା ଯିବା ରାସ୍ତାରେ ଥିବା ବ୍ରିଜ ସମ୍ପୂର୍ଣ ଭାଙ୍ଗି ଦବିଯାଇଛି । ଏହି ରାସ୍ତା ଉପରେ ଲଛିପୁର ଅଞ୍ଚଳବାସୀ  ପର୍ଲା ଫ୍ୟାକ୍ସ୍ ତଥା ଗ୍ରାମପଂଚୟତକୁ ଯିବା ଆସିବା କରନ୍ତି । 
ରାସ୍ତା ତଥା ବ୍ରିଜର ଅବସ୍ଥା ଏପରି ହୋଇଛି ଯେ ଜଣେ ସାଧାରଣ ମଣିଷ ଚାଲି କି ଯିବା ମୁସ୍କିଲ ହୋଇ ପଡୁଛି । ତଥାପି ଲୋକେ ବିପଦ ଅବସ୍ଥାରେ ମଧ୍ୟ ନିଜ ଜୀବନକୁ ବିପଦରେ ଠେଲି ଦେଇ ମଧ୍ୟ ଭଗ୍ନ ବ୍ରିଜ ଉପରେ ଗାଡି ମଟରରେ ଯାତାୟତ କରୁଛନ୍ତି ।
ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମଞ୍ଚଳର ରାସ୍ତାଘାଟରେ ଉନ୍ନତି ଆଣିବା ସହ ଭିତ୍ତି ଭୂମିର ବିକାଶ ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏସବୁ ଯୋଜନା ଗାଁକୁ ଅପହଞ୍ଚ ହୋଇ ରହିଯାଉଥିବା ଉକ୍ତ ରାସ୍ତାର ଦୁରବସ୍ଥାରୁ ସ୍ପଷ୍ଟ ହୋଇଛି । ଗାଁ ଲୋକ କହିବା ଅନୁସାରେ ବାରମ୍ବାର ଗ୍ରାମପଞ୍ଚାୟତ ସରପଞ୍ଚ, ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ତେଣୁ ସ୍ଥାନୀୟ ସରପଞ୍ଚ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।।
Comments
Loading...