ବେସାହାରା କରିଦେଲା ସାହାରା

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି: ରାଇବାରି ମାଝୀଙ୍କ ଏକ ମାତ୍ର ସାହାରା ଥିବା ନାତୁଣୀ ସରସ୍ବତୀ ମାଝି(୧୭)ର ଆଜି ମୃତ୍ୟୁ ହୋଇଛି।ଗତ ୨୬.୧୨.୨୦ ଦିନ ରାଇବାରି ମାଝି ବିଜୁ ଛାତ୍ର ଉପସଭାପତି ଇଂ.ବୈଶାଖୀ ନନ୍ଦ ଯୋଗାଯୋଗ କରି ତାଙ୍କ ନାତୁଣୀ ର ଦେହ ଅସୁସ୍ତ ଥିବା ଖବର ଦେଇଥିଲେ। ପରେ ଇଂ. ବୈଶାଖୀ ନନ୍ଦ ପୂଜା ସାଗର ଓ ମଧୁସୂଦନ ପଣ୍ଡାଙ୍କ ସହ ଶୁକ୍ଲଙ୍କ ଘରକୁ ପହଞ୍ଚି ସଂଗେ ସଂଗେ ଆମ୍ବୁଲାନ୍ସ ସାହାଯ୍ୟରେ କଳାହାଣ୍ଡି ମୁଖ୍ୟ ସ୍ୟାସ୍ଥ କେନ୍ଦ୍ରକୁ ନେଇ ଭର୍ତି କରିଥିଲେ। ୨ ଦିନ ଚିକିତ୍ସା ହେବାପରେ ଗତ ୨୮.୧୨.୨୦ ରିଖ ଡ଼. ସରସ୍ୱତୀଙ୍କୁ ମୃତ ଘୋଷଣା କରିଥିଲେ।

ରାଇବାରୀଙ୍କ କେହି ନଥିବାରୁ ଇଂ.ବୈଶାଖୀ ନନ୍ଦ,ପୂଜା ସାଗର ଓ ମଧୁସୂଦନ ପଣ୍ଡା ସରସ୍ୱତୀଙ୍କ ଦାହସତ୍କାର କରିବା ସହ ମୁଖା ଅଗ୍ନି ମଧ୍ୟ ଦେଇଥିଲେ।
ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ କାଠର ବ୍ୟବସ୍ଥା କରିଥିଲେ।
Comments
Loading...