ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର , ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଭବାନିପାଟଣା କୁଟୁରୁଖମାର ସେକ୍ଟର ଆଇସିଡିଏସ୍ ସୁପରଭାଇଜର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରକାଶ ଯେ ଭବାନିପାଟଣା ବ୍ଲକ କୁରୁମାଚୁଆଁ ର ଅଙ୍ଗନବାଡି କର୍ମି ସୀମନ୍ତିନୀ ନାଏକ ଠାରୁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବା ର ବିଲ କରିଦେଇ ୧୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସ ର ନୁଆପଡା ଡିଭିଜନ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ କରିଥିଲେ ।

 ଆଜି ତାଙ୍କ ଭଡାଘରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୁଆପଡା ଭିଜିଲାନ୍ସ ଡିଭିଜନ ଦିନବନ୍ଧୁ ବେହେରା ଙ୍କ ସମେତ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ଏହି ଚଢାଉ ରେ ବର୍ତ୍ତମାନ ସୁଦ୍ଧା ସୁପରଭାଇଜର ରାଧାରାଣି ଦେଇଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଓ ବିଭିନ୍ନ କାଗଜପତ୍ର ବାହାରିଛି ଓ ଚଢାଉ ଜାରି ରହିଛି ।
Comments
Loading...