ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପ୍ରଶିକ୍ଷଣ ଶିବିର ଉଦଯାପିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା। ରେ ଶିକ୍ଷା ମାଧ୍ୟମରେ ପ୍ରଗତି ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏକ ମାସିକ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପ୍ରଶିକ୍ଷଣ ଶିବିର ଆଜି ଭବାନୀପାଟଣା ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଶିଳ୍ପ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡ଼ଃ ଅଜୟ ମିଶ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ସ୍କୁଲ ଓ ଗଣଶିକ୍ଷା ଯୁଗ୍ମ ସଚିବ ସନାତନ ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଶୁଶାନ୍ତ କୁମାର ଚୌପଦାର, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀ କ୍ୟାପଟେନ ମିଶ୍ରଙ୍କ ସିଧାସଳଖ ତତ୍ତ୍ବାବଧାନରେ ହୋଇଥିବା ଏହି ମାଗଣା ପ୍ରଶିକ୍ଷଣ ଶିବିର ଜାନୁଆରୀ ୯ ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ଇଟିସି ହଲରେ କରାଯାଇଥିଲା ।
ଏହି ଶିବିରରେ ସର୍ବୋମୋଟ ୨୩ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇଥିବା ବେଳେ ପ୍ରାୟ ୧୫ଜଣ ଶିକ୍ଷକ ଅବୈତନିକ ଭାବରେ ନିୟୋଜିତ ହୋଇଥିଲେ । ଛାତ୍ର ଛାତ୍ରୀଙ୍କ ରହିବା, ଖାଇବା, ପାଠପଢା ପାଇଁ ଆବଶ୍ୟକୀୟ ଉପକରଣ, ପୋଷାକ ଓ ପ୍ରଶିକ୍ଷଣ ମାଗଣାରେ ଦିଆଯିବା ସହ କଳାହାଣ୍ଡି ଛାତ୍ରଛାତ୍ରୀ ଙ୍କ ପାଇଁ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ତରଫରୁ ଭିନ୍ନ ଏକ ପ୍ରୟାସ କରାଯାଇଛି । ଉଦଯାପନୀ ଉତ୍ସବରେ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ ସଂଗଠନର ଆବାହକ ଆଦିତ୍ୟ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଏକ ମାସିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ସଂଯୋଜକ ଶିକ୍ଷକ ରବି କାନୁନଗୋ, ସହ ସଂଯୋଜକ ମଣ୍ଟୁ ନାଏକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ପ୍ରଦୀପ ମୁଣ୍ଡ, ରାଜୀବ ଲୋଚନ ସତପଥୀ, ମନିନ୍ଦ୍ର ମହାନ୍ତି, ସଞ୍ଜିତ ସ୍ବାଇଁ , ଅଭିଷେକ ମହାପାତ୍ର, ଅଜିତ ସାହୁ, ଶିକ୍ଷକ ସୁଶାନ୍ତ ପଣ୍ଡା, ନାରାୟଣ ସାହୁ, ଗୀତାଞ୍ଜଳୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।
Comments
Loading...