ଜାଗା ବିବାଦରୁ 4 ଘର ଭାଙ୍ଗିବା ଅଭିଯୋଗ,5 କୋର୍ଟ ଚାଲାଣ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ଵାନପୁର ଥାନା ପୋଖରୀବନ୍ଧ ଗ୍ରାମରେ 4 ଜଣ ଙ୍କ ଘର ଭାଙ୍ଗିବା ଅଭିଯୋଗରେ 5 ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି l ସେମାନେ ହେଲେ ଇନ୍ଦ୍ର ହରିଜନ, ଦେବ ହରିଜନ, ନୀଳ ହରିଜନ, ବବ୍ରୁ ହରିଜନ, ଓ ଚନ୍ଦ୍ର ହରିଜନ l
ପୁଲିସ ସୂତ୍ରସରୁ ପ୍ରକାଶ ଯେ, ପୋଖରୀବନ୍ଦ ହରିଜନ ସାଇରେ ବହୁ ଦିନ ହେଲା ଦୁଇ ଗୋଷ୍ଟି ମଧ୍ୟରେ ଘରଦିହ କୁ ନେଇ ବିବାଦ ଲାଗିରହିଛି
I ଏହାକୁ ନେଇ ଅଦାଲତ ରେ ମାମଲା ରହିଛି ଓ ବିବାଦ୍ୟ ଜାଗାରେ 144 ଧାରା ଜାରି କରା ଯାଇଛି l

ଉପଜିଲ୍ଲାପାଳ ଙ୍କ ନିଁର୍ଧେଶ କ୍ରମେ ଗତ ଗୁରୁ ବାର ସ୍ଥାନିୟ ଆରଆଇ ଓ ବିଶେନାଥପୁର ପୁଲିସ ଗାଁକୁ ଯାଇ ଉଭୟ ଗୋଷ୍ଠି କୁ କାଗଜ ପତ୍ର ମାଗିଥିଲେ l ଗୋଟିଏ ଗୋଷ୍ଠି ଏଥିପାଇଁ ସାତ ଦିନ ମାଗିଥିଲି l ଆର ଇ ଓ ପୁଲିସ ଗାଁରୁ ଚାଲିଆସିବା ପରେ ପୁଣି ଉଭୟ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଗୋଟିଏ ଗୋଷ୍ଟିର ବାଦ୍ୟନାଥ, ଟିକେ, ଯୁଗେଶ୍ୱର, ଭୁଜ ଙ୍କ 4 ଟୀ ଘର ଘରକୁ ଭାଙ୍ଗି ଦେଇଥିଲେ l ଏନେଇ ବାଦ୍ୟନାଥ ବିଶ୍ୱନାଥପୁର ଥାନାରେ ଇନ୍ଦ୍ର ହରିଜନ, ଦେବ ହରିଜନ ସମେତ 15 ଜଣକ ନାଁରେ ଲିଖିତ ଅଭିଯୋଗ କରିଥିଲେ l ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଂକୁ ଥାନାକୁ ଆଣିଥିଲେ l ଶନିବାର ସେମାଙ୍କ ମଧ୍ୟରୁ ଉକ୍ତ 5 ଜଣକୁ ପୁଲିସ ଗିରଫ କରିଥିଲା l ଅନ୍ୟପଟେ ଘର ଗୁଡିକ ଭାଙ୍ଗି ଯାଇଥିବା ଯୋଙ୍ଗୁ 4 ପରିବାର 30 ଜଣ ବାସହରା ହୋଇଯାଇଛନ୍ତି l ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି l

Comments
Loading...