ପବିତ୍ର ରଥଯାତ୍ରା ଅବସରରେ ଆଦର୍ଶ ୟୁଥ୍ କ୍ଲବ୍ ନାନ୍ଦୋଲ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜୁନାଗଡ଼ (କୋଶଲ ନ୍ୟୁଜ୍) ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଠାରେ ଆଦର୍ଶ ୟୁଥ୍ କ୍ଲବ୍ ର ନିଷ୍ପତି କ୍ରମେ ସଭାପତି ଜୟନ୍ତ ମାଝୀ, ସମ୍ପାଦକ ଧୀରେନ୍ଦ୍ର ସୁନାନି , ମନୋଜ କୁମାର ନାଏକ ଏବଂ କ୍ଲବ୍ ଉପଦେଷ୍ଟା ଶିବ ରାତୁ କୁମାର ଙ୍କ ଅଧ୍ୟକ୍ଷତାରେ କୋରୋନା ଭଳି ମହାମାରୀ ସମୟରେ ଅମ୍ଳଜାନ ର ଅଭାବ ଯେମିତି ଆଗକୁ ନଆସୁ ଏସବୁ କୁ ଆଖିଆଗରେ ରଖି ରାସ୍ତା କଡ଼ରେ ୬୦ ଗୋଟି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରକୃତି ବନ୍ଧୁ ଯତୀନ୍ଦ୍ର କର,ଖୁସି ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଯଶୋବନ୍ତ ରଣା ,ନେହେରୁ ଯୁବ କେନ୍ଦ୍ର ଜୁନାଗଡ଼ ର କର୍ମକର୍ତ୍ତା ମମତା ପ୍ରଧାନ ସମେତ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।

କ୍ଳବର୍ ସଭ୍ୟ କୁଶ ବୁଦ୍ଧିଆ , ଉପେନ୍ଦ୍ର ବିହାରୀ ,ପୁଷ୍ପ ପରାଭୋଇ , ସୁଶାନ୍ତ ମାଝୀ, ଅଜୟ ମାଝୀ ,ବିପିନ୍ ନାଗ୍, କିସ୍ମତ୍ ପରାଭୋଈ,ନିଖିଳ,ଲିପୁନ୍ ,ଚତୁର୍ଭୁଜ ବିହାରୀ ସମେତ ସାହାଯ୍ୟ ସହଯୋଗ କରି ବୃକ୍ଷ ରୋପଣ କରିଥିଲେ ଏବଂ ଏଭଳି ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବାର୍ତ୍ତା ଦେଇଥିଲେ।

Comments
Loading...