ଟୁଇଟ କଲା ପରେ ପ୍ରଶାସନର ନିଦ ଭାଙ୍ଗିଲା

କଳାହାଣ୍ଡି : (କୋଶଲ ନ୍ୟୁଜ୍) କରଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁ ର ଗଜେନ୍ଦ୍ର ଭୋଇ (64) ଙ୍କ ସହ ତିନି ଅନାଥ ଭଉଣୀ ପିଙ୍କି ଭୋଇ (16), ରିଙ୍କି ଭୋଇ (14) ଓ ଜନନୀ ଭୋଇ (8) ରୁହନ୍ତି l ପାଞ୍ଚ ବର୍ଷ ପୂର୍ବରୁ ତାଙ୍କୁ ତାଙ୍କର ପିତା ଅନାଥ କରି ଚାଲି ଯାଇଥିବା ବେଳେ ଗତ 3 ତାରିଖ ଦିନ ତାଙ୍କ ମାଆ ଙ୍କ ଦେହାନ୍ତ ହୋଇଗଲା l ଏହି ଏହି ତିନି ଭଉଣୀ ଅସହାୟ ହୋଇ ବୃଦ୍ଧ ଅଜାଙ୍କ ପାଖେ ରହୁଛନ୍ତି l ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିଲା l ମାତ୍ର ରାସନ କାର୍ଡ ରୁ ମିଳୁଥିବା ରାସନ ଓ 500 ସହ ଭତ୍ତା ରେ କେତେଦିନ ଚାଲିବେ l ଏହି ସମସ୍ୟା ବିଭିନ୍ନ ପତ୍ର ପତ୍ରିକା ରେ ବାହାରିଥିଲା l ଏହାକୁ ଜାଣି ଯୁବ ସମାଜସେଵୀ ଯଶୋବନ୍ତ ରଣା ଟ୍ୱିର୍ଟର ମାଧ୍ୟମ ରେ CMO_ଓଡିଶା, ମୋ ସରକାର ଓ ଜିଲ୍ଲାପାଳ ଙ୍କୁ ଜଣେଇଥିଲେ l ଏହା ଗୋଟିଏ ଦିନ ପରେ ଗଜବାହାଲ ସରପଞ୍ଚ ଓ PEO ଯାଇ ରାସନ ସାମଗ୍ରୀ ସହ ନଗଦ ତିନି ହଜାର ଟଙ୍କା ପ୍ରଦାନ କରିଥିଲେ l ପରେ ଶିଶୁ ସୁରକ୍ଷା ସମିତି ପକ୍ଷରୁ ତାଙ୍କୁ ଭେଟି ଏହାର ଅନୁଧ୍ୟାନ କରିଥିଲେ ଏହାର କର୍ମକର୍ତା l ଆସନ୍ତା ଜୁନ 15 ରେ ଦୁଇ ଶିଶୁ ଙ୍କୁ କେସିଙ୍ଗା ଅନାଥ ଆଶ୍ରମ ରେ ରଖିବାପାଇଁ ସ୍ଥିର କଲେ ଓ ବଡ ଝିଅଙ୍କୁ ନିକଟସ୍ଥ କଲେଜ ରେ ଆଡମିନ କରିଦେବାପାଇଁ କହିଛନ୍ତି l ବଡ ଝିଅ କୁ 18ବର୍ଷ ହେବା ପ୍ରଯ୍ୟନ୍ତ ମାସିକ 2000 ହଜାର ଟଙ୍କା ମଧ୍ୟ ଦେବେ ବୋଲି କହିଛନ୍ତି l ଏହି ସୁବିଧା ସବୁ ପାଇଁ ତିନି ଭଉଣୀ ଖୁସି ଅନୁଭବ କରି ସମାଜସେବି ଯଶୋବନ୍ତ ରଣା ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Comments
Loading...