ଭତ୍ତା ପାଇଁ ବୟସ ଜାଲିଆତି ,ତଦନ୍ତ କେବେ

କଳାହାଣ୍ଡି (କୋଶଲ ନ୍ୟୁଜ) : ବୟସ ର ଅପରାହ୍ନ ରେ ଆର୍ଥିକ ସମସ୍ଯା ଦେଇ ଗତି ନ କରିବା ପାଇଁ ବାର୍ଦ୍ଧକ୍ଯ ଭତ୍ତା ଦେଉଛନ୍ତି ସରକାର l ୬୦ ବର୍ଷ ପରେ ବୃଦ୍ଧ ବୃଦ୍ଧା ମାନଙ୍କୁ ମଧୁବାବୁ ପେନସନ୍ ଯୋଜନା ରେ ସାମିଲ କରିବାକୁ ନିୟମ ରହିଛି l କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି l ତେବେ ସରକାରୀ ଦସ୍ତାବିଜ୍ ରେ ବୟସ ବଢାଇ ଅନେକ ଭେଣ୍ଡିଆ ବାର୍ଦ୍ଧକ୍ଯ ଭତ୍ତା ପାଉଛନ୍ତି l ଯାହା ଫଳରେ ଯୋଗ୍ଯ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ରହୁଛନ୍ତି l ଜିଲ୍ଲାରେ ଥିବା କର୍ଲାମୁଣ୍ଡା ବ୍ଲକ୍ ର ବିଭିନ୍ନ ଗାଁରେ ଏବେ ଭେଣ୍ଡିଆ ବାର୍ଦ୍ଧକ୍ଯ ଭତ୍ତା ପାଉଥିବା ନଜର କୁ ଆସିଛି l ତେବେ ଗତ ପାଞ୍ଚ ବର୍ଷ ଭିତରେ ଅନେକ ଅଯୋଗ୍ଯ ହିତାଧିକାରୀ ତାଙ୍କ ବୟସ ଜାଲିଆତି କରିବା ସାଙ୍ଗକୁ ସରକାରୀ ବାବୁ ଙ୍କୁ ହାତ ଗୁଞ୍ଜା ଦେଇ ତହବିଲ୍ ରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଦେଖିବାକୁ ମିଳିଛି l ତେବେ ଭୋଟର ତାଲିକାରେ ଥିବା ବୟସ ଖୁଲି ଦେଇଛି ଅସଲ ଗୁମର କଥା l ଯାହା ଏବେ ଦାଣ୍ଡରେ ପଡି କି ବାଟରେ ଗଢିବାରେ ଲାଗିଛି l ଭୋଟର ତାଲିକା ରେ କାହାର ବୟଷ ୬୦ ରୁ ଉର୍ଦ୍ଧ ରହିଥିବା ବେଳେ ଆଧାର କାର୍ଡ୍ ରେ କମ୍ ବୟସ ରହିଛି l ଏମିତି କି ଭୋଟର ତାଲିକା ରେ ୬୦ ରୁ କମ୍ ବୟସ ଥିବାବେଳେ ଆଧାର୍ କାର୍ଡରେ ବୟସ ଅଧିକ ରହିଛି l କିନ୍ତୁ କେଉଁ ପ୍ରମାଣ ପତ୍ର ଆଧାର ରେ ଏହି ହିତାଧିକାରୀ ମାନଙ୍କୁ ଭତ୍ତା ଦିଆଯାଉଛି ତାହା ଏ ପ୍ରର୍ଯ୍ୟାୟରୁ ଜଣା ପଡିନାହଁ l ସେପଟେ ଯୋଗ୍ଯ ହିତାଧିକାରୀ ହୋଇଥିଲେ ବି ବାର୍ଦ୍ଧକ୍ଯ ଭର୍ତ୍ତା ପାଇବାରୁ ବଞ୍ଚିତ ରହୁଛନ୍ତି l ଏଭଳି ସ୍ଥିତିରେ ସରକାରୀ ବାବୁ କୁ ହାତ ଗୁଞ୍ଜା ନ ଦେଲେ କାମ ହେଉ ନଥିବା ଅଭିଯୋଗ ଆସିଛି l ଅନ୍ଯପଟେ ଭତ୍ତା ପାଇବା ପାଇଁ ଯୋଗ୍ଯ ହିତାଧିକାରୀ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ କୁ ବାରମ୍ବାର ଭତ୍ତା ଫର୍ମ ଆବେଦନ କରୁଥିଲେ ମଧ୍ଯ ଅଯୋଗ୍ଯ ତାଳିକାରେ ରଖାଯାଇ ଭତ୍ତା ରୁ ବଞ୍ଚିତ କରା ଯାଉଥିବା ଅଭିଯୋଗ ହେଉଛି l ତେବେ ଏନେଇ ସ୍ଥାନୀୟ ବି.ଡି.ଓ ପ୍ରିୟ ଦର୍ଶନି ମିର୍ଦ୍ଧା ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ଯ ଯୋଗାଯୋଗ ହୋଇ ପାରି ନଥିଲା l ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଏହାର ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି l

Comments
Loading...