ବେନାଗାଁ ପଞ୍ଚାୟତରେ ୫ଟି ନାମରେ କୋଟିଏରୁ ଉର୍ଦ୍ଧ ଟଙ୍କା ହରିଲୁଟ ଓ ରାଜ୍ୟ ସରକାରଙ୍କର ମିଛ ପ୍ରଚାର ଅଭିଯୋଗ

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍):ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ କାର୍ଡ଼ କଥା ହେଉ କିମ୍ବା ୫ଟି ନାମରେ ରୂପାନ୍ତରିଣ କଥା ହେଉ। ସବୁଠି ୫ଟି ନାଁରେ ରୂପାନ୍ତରଣ ନାରା ତଥା ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ସହାୟତାର ଜୋରଦାର ପ୍ରଚାର କରି ଗାଥା ଗାଉଛନ୍ତି ରାଜ୍ୟ ସରକାର ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ l ଅନେକ ସ୍ଥାନରେ ଅନେକ ଲୋକ ଉପକୃତ ମଧ୍ୟ ହେଉଥିବା କଥା ଲୋକଲୋଚନକୁ ଆସିଥାଏ l ହେଲେ ଏପଟେ ଉପାନ୍ତ ଅଞ୍ଚଳର ଲୋକ ଏସବୁ ମିଛ ପ୍ରଚାର ବୋଲି ଅଭିଯୋଗ ଆଣିଛନ୍ତି । ସୂଚନା ମତେ ରାଜ୍ୟ ସରକାର ୫ଟି ଯୋଜନା କରି ସାରା ରାଜ୍ୟରେ ବାହା ବାହା ନେଉଥିବା ବେଳେ ଅନେକ ସ୍ଥାନରେ କୌଣସି କାମ ନ କରି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆମ ଓଡିଶା ନବୀନ ଓଡିଶା ଲିପଲେଟ ବହିରେ ଛପା ଯାଇଥିବା ଅଭିଯୋଗ ହୋଇଛି । ଏହି ଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନାଗାଁ ପଞ୍ଚାୟତରେ l ବେନାଗାଁ ପଞ୍ଚାୟତରେ ୫ଟି ମାଧ୍ୟମରେ କାମ ହୋଇଛି ବୋଲି ଆମ ଓଡିଶା ନବୀନ ଓଡିଶା ଲିପଲେଟରେ ଛପା ଯାଇଛି ହେଲେ ଯେଉଁ ନାମରେ ଛପା ଯାଇଛି ସେହି ସ୍ଥାନରେ ଏବେ ଯାଏଁ କୌଣସି କାମ ହୋଇନାହିଁ ଯାହାବି କାମ ହୋଇଛି ୨୦ବର୍ଷ ପୂର୍ବରୁ ହୋଇଛି ବୋଲି ଅଞ୍ଚଳ ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ବେନାଗାଁ ପୋଖରୀ ପୁନଃରୁଦ୍ଧାର ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଧଡେଲ ନଦୀରେ ସେତୁ ନିର୍ମାଣ ପାଇଁ ୧କୋଟି ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଉଲ୍ଲେଖ କରାଯାଇଛି କିନ୍ତୁ ଧଡେଲ ନଦୀ ସେତୁ ୨୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା ଓ ସେହି ସମୟରେ ୫ଟି ଯୋଜନା କାର୍ଯ୍ୟକାରୀ ହୋଇ ନଥିଲା ହେଲେ କାହିଁକି ଧଡେଲ ସେତୁ କୁ ୫ଟି ଯୋଜନାରେ ଯୋଡ଼ା ଯାଇଛି ଓ ଏବେ ଯାଏଁ ନାଁ ବେନାଗାଁରେ ପୋଖରୀ ନିର୍ମାଣ ହୋଇ ନାହିଁ କିନ୍ତୁ ପାଯିବାହାଳି ଗାଁରେ ପୂର୍ବରୁ ନିର୍ମାଣ ହୋଇଥିବା ପୋଖରୀ କୁ ଆମ ଓଡିଶା ନବୀନ ଓଡିଶା ଲିପଲେଟ ବହିରେ ବେନାଗାଁ ପୋଖରୀ ପୁନଃଉଦ୍ଧାର ବୋଲି ଛପାଯାଇଛି l ତେବେ ପୂର୍ବରୁ ଧଡେଲ ନଦୀ ସେତୁ ମଧ୍ୟ ପୂର୍ବରୁ ନିର୍ମାଣ ହୋଇଥିଲା କିନ୍ତୁ ରାଜ୍ୟ ସରକାର ମିଛ ପ୍ରଚାର କରି କାହିଁକି ବାହାବାହା ନେଉଛନ୍ତି ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚାହେଉଛି l ଯେତେବେଲେ ରାଜ୍ୟ ସରକାର ଦ୍ୱାରା ଓଡ଼ିଶାର ସମସ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହେଲା ସେହି ସ୍ଥାନ ମାନଙ୍କରେ ପ୍ରତ୍ୟେକ ପଞ୍ଚାୟତର କାର୍ଯ୍ୟ ଅନୁଯାୟୀ ହୋଇଥିବା ବିକାଶର ଚିତ୍ର ଏକ ଲିପଲେଟ ବହି ମାଧ୍ୟ୍ୟମରେ ଉଲ୍ଲେଖ କରି ସମସ୍ତ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏପଟେ ଉକ୍ତ ସ୍ଥାନ ଗୁଡ଼ିକରେ ଏପର୍ଯ୍ୟନ୍ତ କାଣିଚାଏ ମଧ୍ୟ କାମ ହୋଇନଥିବା କହିଛନ୍ତି ବେନ ଗାଁ ପଞ୍ଚାୟତବାସୀ। ଖାଲି ସେତିକି ନୁହେଁ ନିଜେ ଡାକ୍ତର ଖାନାର ପାଦ ମାଡ଼ି ନାହିଁ କିମ୍ବା କୌଣସି ଅପରେସନର ସାମ୍ନା କରିନଥିବା ଘୋଡା ପୋଖରୀ ଗାଁର ଗଙ୍ଗାଧର ହରିଜନଙ୍କୁ ମଧ୍ୟ ମିଛଟା ରେ ଫଟୋ ନେଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ମାଗଣାରେ ଟ୍ୟୁମର ଅପରେସନ ହୋଇପାରିଲେ ବୋଲି ଲିପଲେଟ ବହିରେ ପ୍ରଚାର ହୋଇଥିବା ବେଳେ ଗଙ୍ଗାଧର ହରିଜନ ଙ୍କୁ କୌଣସି ପ୍ରକାର ରୋଗ ହୋଇନାହିଁ କିନ୍ତୁ ମତେ ମିଛଟାରେ ମୋ ଫୋଟୋ ଉଠାଇ ମିଛ ପ୍ରଚାର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ଗଙ୍ଗାଧର ହରିଜନ । ରାଜ୍ୟ ସରକାରଙ୍କର ଏଭଳି ମିଛ ପ୍ରଚାର ଏବେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ତେବେ ଏହାର ସତ୍ୟାସତ୍ୟ ସଠିକ ଭାବରେ ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସି।

ରିପୋର୍ଟ- ମଳୟ ବେନୁଆଁ(ରାହୁଲ୍)

Comments
Loading...