ଘୋଡ଼ା ପୋଖରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିଥିବା ଅଭିଯୋଗ, ସକାଳୁଆ ସ୍କୁଲ ଭୁଲିଗଲେ କି ଶିକ୍ଷକ?

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏପ୍ରିଲ ୨ ରୁ ସକାଳ ୭ ଘଣ୍ଟାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ପ୍ରାଥମିକରୁ ମାଧ୍ୟମିକ ସ୍କୁଲରେ ପାଠ ପଢ଼ାହେବା ନେଇଁ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପେଙ୍ଗଶୁର କ୍ଲଷ୍ଟର ଘୋଡ଼ାପୋଖରୀ ପ୍ରାଥମିକ ବିଦ୍ୟାଳୟରେ ଏକ ବିପରୀତ ଚିତ୍ର ଦେଖିବାକୁ ମିଳିଛି ସକାଳ ୭ ଘଣ୍ଟା ସମୟରେ ବିଦ୍ୟାଳୟ ଖୋଲା ଯାଇ ପାଠପଢ଼ା ହେବା ବଦଳରେ ମଙ୍ଗଳବାର ସକାଳ ୧୧ ଘଣ୍ଟିକା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି ।କିଛି ଦିନ ତଳେ ବିଜେପୁର କ୍ଲଷ୍ଟରର ଭାଲିଆ ପଦର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ତାଲା ପଡିଥିବା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଲୋକେ ସେହି ଚର୍ଚ୍ଚା ନ ଭୁଲୁଣୁ ପୁଣି ସେହିପରି ଘୋଡା ପୋଖରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିଥିବା ଅଭିଯୋଗ ଆସୁଛି। ଏହାକୁ ନେଇଁ ଅଭିଭାବକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଯେ’ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପେଙ୍ଗଶୁର କ୍ଲଷ୍ଟର ଅଞ୍ଚଳରେ ରହିଥିବା ଘୋଡ଼ାପୋଖରୀ
ପ୍ରାଥମିକ ବିଦ୍ୟାଳୟ ୨୦୦୮-୦୯ ମସିହାରେ ସ୍ଥାପନ ହୋଇଥିଲା। ତେବେ ଘୋଡ଼ାପୋଖରୀ ଗ୍ରାମର ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ପ୍ରଧାନ ଶିକ୍ଷକ ସମେତ ସହ ଶିକ୍ଷକ ମଧ୍ୟ ରହିଛନ୍ତି ହେଲେ ଆଜି ଗୋଟିଏ ଶିକ୍ଷକ ମଧ୍ୟ ସ୍କୁଲରେ ଉପସ୍ଥିତ ନଥିଲେ ଓ ଦିନ ୧୧ ଘଣ୍ଟିକା ପରେ ବି ସ୍କୁଲରେ ତାଲା ପଡ଼ିଥିବା ଚିତ୍ର ଦେଖିବାକୁ ମିଳିଥିଲା।ଏହି ବିଦ୍ୟାଳୟ ଉପାନ୍ତ ଅଞ୍ଚଳରେ ରହିଥିବାବେଳେ ଦାୟିତ୍ୱରେ ରହିଥିବା ସିଆରସିସି ଗୁରୁଗୋବିନ୍ଦ ମହାନ୍ତି ମଧ୍ୟ ନିୟମିତ ଭାବରେ ତଦନ୍ତ କରୁନାହାନ୍ତି ଯାହା ଫଳରେ ଅନେକ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି l ତେବେ ଉପାନ୍ତ ଅଞ୍ଚଳର ଆଦିବାସୀଙ୍କ ସରଳତା ଦେଖି ଶିକ୍ଷକ ମାନେ ଏପରି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ସକାଳୁ ସ୍କୁଲ ଖୋଲି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇବା କୁହାଯାଇଥିବା ବେଲେ ମଙ୍ଗଳବାର କୌଣସି ସରକାରୀ ଛୁଟି ମଧ୍ୟ ରହିନ’ଥିଲା ହେଲେ ସକାଳୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡ଼ିଥିବା ବେଳେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ସିଆରସିସି ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏନେଇ ପୁଣି ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ମଧ୍ୟ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ କଲ ଟିକୁ ଗ୍ରହଣ କରିନ’ଥିଲେ। ତେବେ ସରକାରୀ ଦ୍ୱାରା କୌଣସି ଛୁଟି ନ’ଥିବା ବେଳେ କେଉଁ କାରଣରୁ ବିଦ୍ୟାଳୟରେ ତାଲା ପଡ଼ିଥିଲା ତାହା ତଦନ୍ତ ପରିସରଭୁକ୍ତକୁ ଅଣାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲାଞ୍ଜିଗଡ଼ ଶିକ୍ଷାଅଧିକାରୀଙ୍କୁ ଗୁହାରି କରିଛନ୍ତି ଘୋଡ଼ାପୋଖରୀ ଗ୍ରାମବାସୀ।

Comments
Loading...