କଳାହାଣ୍ଡି ବିଶ୍ୱବିଦ୍ୟାଳୟ ତରଫରୁ ଅଷ୍ଟମ ବକ୍ତୃତା ମାଳା-ଗାନ୍ଧୀ ତତ୍ତ୍ଵ

ଭବାନୀପାଟଣା (କୋଶଲ ନ୍ୟୁଜ୍) କଳାହାଣ୍ଡି ବିଶ୍ୱବିଦ୍ୟାଳୟ ତରଫରୁ ପ୍ରେରଣାଦାୟୀ ବକ୍ତୃତାମାଳା “ଉତିଷ୍ଠତଃ”ର ଅଷ୍ଟମ ଅଧ୍ୟାୟର ବିଷୟ -“ଭବିଷ୍ୟତ ଗଠନରେ ଗାନ୍ଧୀ ତତ୍ତ୍ୱ” ଉପରେ ଆଲୋଚନା ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ଗାନ୍ଦୀ ବକ୍ତା ଶ୍ରୀ ସଧୁସୂଦନ ଦାସ ନିମନ୍ତ୍ରିତ ବକ୍ତା ଭାବେ ଯୋଗଦେଇ ଗାନ୍ଧୀଙ୍କ ଦର୍ଶନର ପ୍ରାସଂଗୀକତା ସବୁ ସମୟରେ ରହିଆସିଛି ବୋଲି କହିବା ସହ ଗାନ୍ଧୀଙ୍କ ସଫଳତା ଫଛରେ ଦୃଢ଼ ମନୋବଳ ଓ ସତ୍ୟନିଷ୍ଠ ସଂକଳ୍ପ ରହିଥିଲା।ଏଣୁ ଗାନ୍ଧିଜୀ ସମସ୍ତଙ୍କ ପ୍ରେରଣାର ଉତ୍ସ। ବିଶ୍ୱବିଦ୍ୟାଳୟର କୁଳପତି ତଥା ସଂସ୍କୃତି ଗବେଷକ ପ୍ରଫେସର ଡ.ସଂଜୟ କୁମାର ଶତପଥୀ ନିଜ ବକ୍ତବ୍ୟରେ  ଗାନ୍ଧିଜୀ ସତ୍ୟ ଅହିଂସାର ଉପାସକ ଥିଲେ ବୋଲି ଅଭିହିତ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ ଗାନ୍ଧିଜୀଙ୍କ  ଦର୍ଶନ ସ୍ବାବଲମ୍ବୀ ଶିଖାଏ ବୋଲି କହିଥିଲେ। ଡ.ବିଶ୍ୱ ମୋହନ ଜେନା ସ୍ବାଗତ ଅଭିଭାଷଣ ପ୍ରଦାନ କରି ଗାନ୍ଧୀଙ୍କ ଆଠ ସରଳ ବିଚାର ଉପରେ ବକ୍ତବ୍ୟ ରଖିଥିଲେ।ବକ୍ତୃତା ମାଳାର ଆବାହାକ ତଥା ଉପ କୁଳସଚିବ କ୍ୟାପଟେନ ଜୟଦେବ ସାହୁ କାର୍ଯ୍ୟକ୍ରମ  ସଂଚାଳନ କରିଥିଲେ ।ସହକାରୀ ପ୍ରାଧ୍ୟାପକ ସଂଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ କଣ୍ଠଶିଳ୍ପୀ ସୁଶ୍ରୀ ଲିପ୍ସା ମହାରଣା  ଗାନ୍ଧୀଙ୍କ ସଂପର୍କରେ ଏକ ସଂଗୀତ ପରିବେଷଣ କରିଥିଲେ । ଏହି ବକୃତା ମାଳାରେ  ଅଖିଳ ନାୟକ, ଚିତ୍ତରଂଜନ ଖୁଣ୍ଟିଆ, ରାଧାରାଣୀ ନାୟକ, ସତ୍ୟ ପଟ୍ଟନାୟକ,ଡ.ନରେଶ ସାହୁ,ସୀମାଞ୍ଚଳ ମିଶ୍ର, ନୃପରାଜ ସାହୁ,ଫଣିନ୍ଦମ ଦେଓ,ଅରୁଣ ବେହେରା,ଅବିନାଶ ଠାକୁର, ଶାନ୍ତନୁ କୁମାର ପରିଡା,ବାସନ୍ତୀ ସାହୁ,ସୁବୋଧ ଶତପଥୀ,ଧିରେଶ ନନ୍ଦ,ସୁବ୍ରତ ବେହେରା ପ୍ରମୁଖ ବହୁ ବୁଦ୍ଧିଜୀବି ଏବଂ ବିଦ୍ୟାର୍ଥୀ ପ୍ରମୁଖ ଯୋଗଦେଇ ଥିଲେ।

Comments
Loading...