ହିମାଳୟର 12,500 ଫୁଟ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡି ଜିଲ୍ଲାର ସୁନ୍ଦର ସାହୁ

କୋଶଲ ନ୍ୟୁଜ୍ ବ୍ୟୁରୋ : ହିମାଳୟ ର 12,500 ଫୁଟ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡି ର ସୁନ୍ଦର 24 ଜାନୁଆରୀ, ଅପରାହ୍ନ 12.51 ରେ 12,500 ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ -5,℃ ରୁ -10 ℃ ହାଡଭଙ୍ଗା ଶୀତ ରେ କରୋନା ଯୋଦ୍ଧା ଙ୍କ ଉଦ୍ଦେଶ୍ୟ ରେ ସମର୍ପି ଓ ହିମାଳୟ ର ଉତ୍ତରାଖଣ୍ଡ ରେ ଥିବା ଦୟାରା ବୁଗ୍ୟାଲ ପର୍ବତ ଶିଖର ରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି। 23 ଜାଣିଆ କଳିଙ୍ଗ ଡେୟାର ଡେଭିଲ୍ସ ଯୁବପର୍ବତା ରୋହି ଦଳ। ଓଡ଼ିଶାର ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ର ସଭାପତି ତଥା ଗ୍ରିନିଜ୍ ୱାର୍ଲ୍ଡ ରେକର୍ଡ ଧାରି ଡଃ ସତ୍ୟପୀର ପ୍ରଧାନ ଙ୍କ ନେତୃତ୍ୱରେ ବାହାରିଥିଲେ l ଉକ୍ତ ଟିମ ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାତୁଳ ଗ୍ରାମ ର ମଦନ ସାହୁ ଙ୍କ ପୁତ୍ର ସୁନ୍ଦର ସାହୁ ମଧ୍ୟ ସାମିଲ ହେଇଥିଲେ। ଏହା ଏକ ଗର୍ବ ଓ ଗୌରବର ବିଷୟ କଳାହାଣ୍ଡି ମାଟିର ଯୁବ ଗୋଷ୍ଟି ପାଇଁ।
ଏହା ପାଇଁ ସୁନ୍ଦର ତାଙ୍କ ପରିବାର ତଥା କଳିଙ୍ଗ ଡେୟାର ଡେଭିଲ୍ସ ଟିମ ର ସଭାପତି ସତ୍ୟପୀର ପଧାନ ଙ୍କ ଅବଦାନ ର ଅତୁଳନୀୟ ବୋଲି ସେ କହିଛନ୍ତି।
Comments
Loading...