ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଗ୍ରୀଷ୍ମପ୍ରବାହ ଫଳରେ ଜଙ୍ଗଲ ସମସ୍ତ କାଠ,ପତ୍ର ସଂପୂର୍ଣ୍ଣ ଶୁଖି ଯାଇଛି।ଫଳରେ ସାମାନ୍ୟ ଅସତର୍କତା କିମ୍ବା କିଛି ଅମାନିଆ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି।ଫଳରେ ଜଙ୍ଗଲ ପୋଡି ଯିବା ଯୋଗୁଁ ପଶୁପକ୍ଷୀ ହନ୍ତସନ୍ତ ହେବା ସହ ଗାଁ ମୁଖା ହେବାକୁ ଲାଗିଛନ୍ତି।ଏଥିରେ ଅନେକ ପଶୁପକ୍ଷୀ ମଧ୍ୟ ପୋଡି ଯିବାର ସମ୍ଭାବନା ରହିଛି।ଏହିସବୁ କାରଣ ପାଇଁ ଲୋକଙ୍କୁ ସଚେତନତା କରିବା ପାଇଁକଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଳକ ଅନ୍ତର୍ଗତ କେଗାଁ ରେଞ୍ଜରେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଏକ ସଚେତନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।ଏଥି ସଚେତନତା କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡିର ବଜାଶାଲର କଳାକାରମାନେ ଆସି ନୃତ୍ୟ, ଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ।ଏଥିରେ କେଗାଁ ରେଞ୍ଜର କେଶବ ମାଝୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋଳାମୁଣ୍ଡା ଫରେଷ୍ଟର ରମେଶ କୁମାର ପଣ୍ଡା, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ଫରେଷ୍ଟର ଗାର୍ଡ ଜିତେନ୍ଦ୍ର କୁମାର ନାଏକ,ନିର୍ମଳୀ ପୁଝାରୀ, ଏକାଦଶୀ ନାଏକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ।ସେମାନେ କେଗାଁ ରେଞ୍ଜର ଡୁଡୁକେଲ, କେନ୍ଦୁପାନି, ନକତିକାନି,ସମ୍ରତବସା ପ୍ରମୁଖ ଗାଁ ସହ ଅନେକ ଗାଁକୁ ଯାଇ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନ କରିବା ସହ କୋଭିଡ ସଚେତନ ଓ ମାସ୍କ ବଣ୍ଟନ କରିଥିଲେ।।

Comments
Loading...